ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୧ତମ ବାର୍ଷିକ ଉତ୍ସବ

ପୁରୀ ଘୋଡାବଜାର ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ୩୧ ତମ ବାର୍ଷିକ ଉତ୍ସବ ଶରଧାବାଲି ସ୍ଥିତ ନାକଚଣା ଦ୍ବାର ଠାରେ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି ଉତ୍ସବରେ ମୁଖ୍ଯ ଅତିଥି ଭବେ କ୍ରୀଷ୍ଣା ଡାଗା ଚାରିଟେବୁଲ ଟ୍ରଷ୍ଟର ସଭାପତି ତଥା ବିଶିଷ୍ଟ ସମାଜସେବୀ ନରେନ୍ଦ୍ର ଡାଗାଜୀ ଯୋଗଦେଇ ଆନୁଷ୍ଠାନିକ ପୂର୍ବକ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରିଥିଲେ । ସମ୍ମାନିତ ଅତିଥ ଭାବେ ସିଏ ଓ ଅର୍ଥନୈତିକ ପରାମର୍ଶଦାତା ରାଜୀବ ଶେଖର ସାହୁ, ସଂଗଠନ ମନ୍ତ୍ରୀ, ବିଦ୍ଯା ଭାରତୀ ପୂର୍ବକ୍ଷେତ୍ର ଡ ଆନନ୍ଦ ରାଓ ପାର୍ଦ୍ଦୀ, ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ,ଯୋଗଦେଇ ଥିବାବେଳେ ମୁଖ୍ଯବକ୍ତା ଭାବେ ସଂଗଠନ ମନ୍ତ୍ରୀ ବିଦ୍ଯା ଭାରତୀ ଅଖିଳ ଭାରତୀୟ ଶିକ୍ଷା ସଂସ୍ଥାନ ଗୋବିନ୍ଦ ଚନ୍ଦ୍ର ମହାନ୍ତ ଉପସ୍ଥିତ ରହି ପିଲାମାନଙ୍କ ଉଜ୍ବଳ ଭବିଷ୍ୟତ କାମନା କରିବା ସହ ଭଲ ପାଠ ପଢି ବିଦ୍ୟାଳୟର ନାମ ରଖିବା ପାଇଁ ପରାମର୍ଶ ଦେଇଥିଲେ । ଅନୁଷ୍ଠିତ ଉତ୍ସବରେ ବିଦ୍ୟାଳୟର ପରିଚାଳନା ସମିତିର ସଭାପତି ଡ ଅଭିମନ୍ୟୁ ଭୂୟାଁ ସଭାପତିତ୍ବ କରିଥିବା ବେଳେ ସମ୍ପାଦକ ଅରବିନ୍ଦ ଶଥପଥୀ ସ୍ବାଗତ ଭାଷଣ ଓ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଅରବିନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ଯ ପ୍ରସନ୍ନ କୁମାର ପ୍ରଧାନ କାର୍ଯ୍ୟକ୍ରମର ବିବରଣୀ ପଠନ କରିଥିଲେ । ପ୍ରାରମ୍ଭିକ ପର୍ଯ୍ଯାୟରେ ଶିଶୁ ପ୍ରାରମ୍ଭ ଠାରୁ ତୃତୀୟ ପର୍ଯ୍ୟନ୍ତ ଓ ଦ୍ବିତୀୟ ପର୍ଯ୍ଯାୟରେ ଚତୁର୍ଥ ଠାରୁ ଦ୍ବାଦଶ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରେଷ୍ଠ କ୍ରୀଡାବିତ ଭାବେ ୧୨ ଜଣ , ମେଧା ଭାରତୀକୃଷ୍ଣ ୧୧ ଜଣ ,ପଠା ସମାନ୍ତ ୬ଜଣ ,ଦଶମ ଟପର ୧ ଜଣ,ସଂସ୍କୃତିଦାନ ପ୍ରଶ୍ନ ମଞ୍ଚ ଓ ନବନ୍ଦ ୮ଜଣ, ଦଶମ ଏ ୧ରେ ୧୦ଜଣ, ଯୁକ୍ତ ଦୁଇ ଟପର ଜଣେ ,ଶ୍ରେଷ୍ଠ ପ୍ରତିଭାଗି ୧ଜଣ , ଜାତୀୟ ଓ ରାଜ୍ୟ ପ୍ରତିଭାଗି ୧୦ ଜଣ ,ବିଦ୍ୟାଳୟର ସ୍ୱାବଲମ୍ବୀ ପୂର୍ବତନ ଛାତ୍ରଛାତ୍ରୀ ୫ଜଣ ଓ ଏଥିସହ ବିଦ୍ୟାଳୟର ବ୍ରତୀଥିବା ସେବକ, ସେବିକା, ଶ୍ରେଷ୍ଠ ଆଚାର୍ଯ୍ଯ ଆଚାର୍ଯ୍ଯା ଓ ସମସ୍ତ କାର୍ଯ୍ୟାଳୟର କର୍ମକର୍ତ୍ତାଙ୍କୁ ଅତିଥିଙ୍କ ଦ୍ବାରା ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଅନଙ୍ଗ ଉଦୟ ବଳ ସଂଯୋଜନା କରିଥିବାବେଳେ ଦୁର୍ଗା ପ୍ରସାଦ ସ୍ବାଇଁ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ବିଦ୍ୟାଳୟର ସମସ୍ତ ଆଚାର୍ଯ୍ଯା ଆଚାର୍ଯ୍ଯ ଓ କର୍ମକର୍ତ୍ତାମାନେ ସହଯୋଗ କରିଥିଲେ । ଛାତ୍ର ଛାତ୍ରୀଙ୍କ ସମେତ ଅଭିଭାବକ ମାନେ ଉପସ୍ଥିତ ରହିବା ସହ ସ୍ଥାନୀୟ ଦର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *