29 ତମ ମହାଲକ୍ଷ୍ମୀ ପୂଜା ଅନୁଷ୍ଠିତ।

କନ୍ଧମାଳ ଜିଲ୍ଲା ରାଇକିଆ ଲକ୍ଷ୍ମୀ ବଜାର ଠାରେ ମାର୍ଗଶିର ମାସ ର ମାଣବସା ଗୁରୁବାର ଅନୁଷ୍ଠିତ ହୋଇଅଛି। ମାଁ ଲକ୍ଷ୍ମୀ ଙ୍କ ୨୯ ତମ ପୂଜା ପାଇଁ ଲକ୍ଷ୍ମୀ ପୂଜା କମିଟି ତରଫରୁ ମାଁ ଙ୍କ ପୂଜା ନିମିତ୍ତ ନଦିଆ କୀର୍ତ୍ତନ ର ତାଳେ ତାଳେ ବହୁ ଆଡମ୍ବର ରେ କଳସ ଯାତ୍ରା ପାଳନ କରାଯାଇଥିଲା। । ଏହି କଳସ ଯାତ୍ରା ନିମିତ୍ତ ଅଞ୍ଚଳ ର ସମସ୍ତ କମିଟି , ପ୍ରଶାସନ ଏବଂ ଲକ୍ଷ୍ମୀ ପୂଜା କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ମାଆ ମହାଲକ୍ଷ୍ମୀ ଚାରି ଦିନ ଦିନ ଧରି ପୂଜା ମଣ୍ଡପରେ ପୂଜା ପାଇବା ସହିତ ଆସନ୍ତା ରବିବାର ଦିନ ମାଆ ଙ୍କ ପୂର୍ଣ୍ଣାହୁତି ପରେ ମାଆ ଙ୍କ ର ବିସର୍ଜନ କାର୍ଯ୍ୟକ୍ରମ ରହିଛି। ନଦିଆ କୀର୍ତ୍ତନ ଶୋଭାଯାତ୍ରା ରେ ପ୍ରାୟ ଦୁଇଶହ ରୁ ଉର୍ଦ୍ଧ ମହିଳା ମାନେ ଶୋଭା ଯାତ୍ରାରେ ନଦି ତୁଠ କୁ ଯାଇ ମାଆ ଙ୍କୁ ଆବାହନ କରି କଳସ ମୁଣ୍ଡରେ ଧରି ମା ଙ୍କ ମଣ୍ଡପ କୁ ଆସିଥିଲେ । ଏହି ଶୋଭାଯାତ୍ରାରେ ଲକ୍ଷ୍ମୀ ପୂଜା କମିଟି ର ସଭାପତି ବି ତିରୁପତି ସୁବୁଦ୍ଧି , ଉପ ସଭାପତି ବିଜୟ ଆଚାର୍ଯ୍ୟ , ସାଧାରଣ ସମ୍ପାଦକ ଦୁତି କୃଷ୍ଣ ପଣ୍ଡା , କୋଷାଧ୍ୟକ୍ଷ ଚିଣ୍ଟୁ ପାଣିଗ୍ରାହୀ , ବାବୁଲି ପାଳ , ବାଦଲ ସହୁ , ନାରାୟଣ ଆଚାର୍ଯ୍ୟ , ଦିପୁନ ପଣ୍ଡା , ଲଣ୍ଡା ଆଚାର୍ଯ୍ୟ , ସୁଭମ୍ ସାବତ , ଲକ୍ଷ୍ମୀ ନାରାୟଣ ମହାନ୍ତି , ଲକ୍ଷ୍ମୀ ତ୍ରିପାଠୀ , ମନୋଜ ପ୍ରଧାନ ଏବଂ କମିଟି ର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ ।

Leave a Reply

Your email address will not be published. Required fields are marked *