ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦଫା ଦାବି

ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ଦଫା ଦାବି ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାଆଙ୍କର- ଜଗତସିଂହପୁର ଜିଲ୍ଲାରେ କୃଷି ଉତ୍ପାଦନ କରୁଥିବା ପନିପରିବା ଠାରୁ ଆରମ୍ଭ କରି ଧାନ ଫସଲ କୁ ନଷ୍ଟ କରୁଛନ୍ତି ମାଙ୍କଡ଼, ଷଣ୍ଢ, ହରିଣ ଓ ବାରାହା । ତେବେ ଏ ନେଇ ଚାଷୀ କ୍ଷତି ର ସମ୍ମୁଖୀନ ହେଉଛି । ଏ ବାବଦରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ବନ ବିଭାଗ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଆଜି ଏହି ପରିପ୍ରେକ୍ଷୀରେ ନବନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହିତ ଏହାର ସ୍ଥାୟୀ ପ୍ରତିକାର ଦାବି କରିଛନ୍ତି ଚାଷୀ ।

ଜଗତସିଂହପୁରରୁ ରିତା ସାହୁ

Leave a Reply

Your email address will not be published. Required fields are marked *