ଉଦଳା କଲେଜ ଉଦ୍ଭିଦ ବିଜ୍ଞାନ ବିଭାଗର ପାଠଚକ୍ର

ଉଦଳା ମହାବିଦ୍ୟାଳୟ ଉଦ୍ଭିଦ ବିଜ୍ଞାନ ବିଭାଗରେ କବକ ବିବିଧତା, ମହତ୍ତ୍ୱ, ଏହା ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସଂକ୍ରାନ୍ତୀୟ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଧ୍ୟକ୍ଷ ଡଃ ଯତୀନ କୁମାର ମହାକୁଡ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପାଠଚକ୍ର କିପରି ପିଲାମାନଙ୍କର ବିଷୟ ସମ୍ବନ୍ଧୀୟ ଜ୍ଞାନକୁ ବୃଦ୍ଧିରେ ସହାୟକ ହୋଇପାରିବ, ତାହା ବିଷୟରେ ଅବଗତ କରାଇଥିଲେ । ବିଭାଗୀୟ ମୁଖ୍ୟା ସୁଧା ସାବିତ୍ରୀ ପଣ୍ଡା ଜଙ୍ଗଲ କ୍ଷୟ, ଗ୍ଲୋବାଲ ୱାର୍ମିଂ ଯୋଗୁଁ ମାଇକୋରାଜାଲ ଫଙ୍ଗସ୍ ମାନଙ୍କର ସଂଖ୍ୟା କମି ଯାଉଛି, ଯାହାକି ମୃତ୍ତିକା ଉର୍ବରତା ହ୍ରାସ ହେବାର ମୁଖ୍ୟ କାରଣ ବିଷୟରେ ଅବଗତ କରାଇଥିଲେ । ପ୍ରାଣୀ ବିଜ୍ଞାନର ଅଧ୍ୟାପକ ମଧୁସୂଦନ ମୁର୍ମୁ ଯୋଗ ଦେଇ କବକର ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ବିଭାଗୀୟ ଅଧ୍ୟାପକ ସୁବ୍ରତ ସାହାଣୀ ଅସୁରକ୍ଷିତ ଜଳବାୟୁ ପ୍ରଭାବରେ ରୋଗ ସୃଷ୍ଟିକାରୀ କବକମାନଙ୍କର ସଂଖ୍ୟା ବଢିବାରେ ଲାଗିଛ ଏବଂ ବହୁ ସଂକ୍ରାମକ ରୋଗ ଗୁଡିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସମ୍ୟକ ଧାରଣା ପ୍ରଦାନ କରିଥିଲେ । ଏହି ଅବସରରେ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର ଜୟନାରାୟଣ ଗିରି, ଛାତ୍ରୀ ଧରିତ୍ରୀ ସିଂ, ଲୋପାମୁଦ୍ରା ବେହେରା, ପାୱାର ପଏଣ୍ଟ ମାଧ୍ୟମରେ ପାଠ୍ୟଚକ୍ର ସନ୍ଦର୍ଭ ପାଠ କରିଥିଲେ । ଶେଷରେ ପାଠଚକ୍ରର ପ୍ରତିନିଧି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *