ଶ୍ରୀମଦ ଭଗବତ ଗୀତାହିଁ ବିଶ୍ୱର ମାର୍ଗ ଦର୍ଶକ

ଶ୍ରୀମଦ ଭଗବତ ଗୀତାହିଁ ବିଶ୍ୱର ମାର୍ଗ ଦର୍ଶକ ନୀଳାଚଳ ନାରାୟଣ ସଂସ୍କୃତ ମହାବିଦ୍ୟାଳୟ ରେ ଶ୍ରୀମଦ ଭଗବତ ଗୀତା ଜୟନ୍ତୀ ପାଳିତ ହୋଇ ଯାଇ ଅଛି l ଅଧ୍ୟକ୍ଷl ଡ଼ ମୀରାରାଣୀ ଖଣ୍ଡୁଆଳ ଏହିସଭାରେ ସଭାପତିତ୍ୱ କରିଥିଲେ l ମୁଖ୍ୟଅତିଥି ରୂପେ ଅଧ୍ୟାପକ ଡ଼. ବଳରାମ ଦାଶ ଯୋଗ ଦେଇ ଶ୍ରୀ ମଦ ଭଗବତଗୀତା ହିଁ ବିଶ୍ୱର ସବୁ ଧର୍ମାବଲମ୍ବୀଙ୍କ ପାଇଁ ମାର୍ଗ ଦର୍ଶକ l

ସମଗ୍ର ବିଶ୍ୱ ରେ ଶାନ୍ତି,ମୈତ୍ରୀ ଓ ସଦଭାବନା ପାଇଁ ସତକର୍ମ ହିଁ ସାଧନା ଓ ଏହା ସିଦ୍ଧିର ମାର୍ଗ l ଭଗବତ ଗୀତା,ମହାଭାରତ, ରାମାୟଣ ଓ ପୁରାଣ ଶାସ୍ତ୍ର ରୁ ଏହାର ପ୍ରମାଣ ମିଳେ ବୋଲି ମତବ୍ୟକ୍ତ କରିଥିଲେ l ସମ୍ମାନୀତ ଅତିଥି ରୂପେ ଅଧ୍ୟାପକ ଦୟାନିଧି ପଣ୍ଡା, ଅଧ୍ୟାପିକା ପୁଷ୍ପlଞ୍ଜଳି ମିଶ୍ର, ଡ. ଶ୍ରୀ ନିବାସ ସାହୁ ଯୋଗଦେଇ ଗୀତlବାଣୀ, ଜ୍ଞାନଯୋଗ, ଭକ୍ତି ଯୋଗ, ଓ ତଥା କର୍ମ ଯୋଗ ର ମାହାତ୍ମ୍ୟ ସମ୍ପର୍କରେ ଆଲୋକପlତ କରିଥିଲେ l

Leave a Reply

Your email address will not be published. Required fields are marked *