ରଙ୍ଗେଇଲୁଣ୍ଡା ବ୍ଲକର ସମସ୍ୟା ର ସମାଧାନ ପାଇଁ ବ୍ରହ୍ମପୁର ସାଂସଦ ଡ଼ ପ୍ରଦିପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କଲେ ପଞ୍ଚାୟତର ସରପଞ୍ଚ

ଗୋପାଳପୁର () ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୧୫ଟି ପଞ୍ଚାୟତର ସରପଞ୍ଚ, ଜଣେ ସମିତି ସଭ୍ୟଙ୍କ ସମେତ ବିଜେଡିର ଆଗଧାଡିର କିଛି ନେତା ଭୁବନେଶ୍ବରରେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦିପ କୁମାର ପାଣିଗ୍ରାହୀଙ୍କୁ ସାକ୍ଷାତ କରି ଅଞ୍ଚଳର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିବା ଜଣାପଡିଛି। ହଠାତ ଏହିପରି ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ସମେତ ଆଗଧାଡିର ନେତାଙ୍କ ସାଂସଦଙ୍କ ସହ ସାକ୍ଷାତକାର ନେଇ ଆଗାମୀ ଦିନରେ ଏଠାରେ କିଛି ରାଜନୈତିକ ହଟ୍ଟଚମଟ ସୃଷ୍ଟି ହେବାକୁ ଯାଉଥ‌ିବା ଆଲୋଚନା ଜୋର ଧରିଛି।ଆଜି କରାପଲ୍ଲୀ ସମେତ ରଣ୍ଡା, ରଙ୍ଗେଇଲୁଣ୍ଡା,ବକ୍ସିପଲୀ, ହଳଦିଆପଦର, ପଦ୍ମପୁର, ରାଳବ ଓ ଅନ୍ୟାନ୍ୟ ପଞ୍ଚାୟତର ୧୫ ଜଣ ସରପଞ୍ଚ ଓ ଜଣେ ସମିତି ସଭ୍ୟ, ଯୁବ ନେତା ଶୁଭାଶିଷ ସାହୁ, ବାଇରୀ ପାତ୍ର, ଏସଧର୍ମ ରାଜ ରେଡ୍ଡୀ ପ୍ରମୁଖ ସାଂସଦକୁ ଭେଟି ବ୍ଲକରେ ଦୀର୍ଘ ଦିନର ଧରି ବିଡ଼ିଓ ସମେତ ଅନ୍ୟାନ୍ୟ ପଦବୀ ଖାଲି ପଡିଥିବା ଯୋଗୁଁ ବିଭିନ୍ନ ଉନ୍ନୟନ ମୂଳକ କାମ ଅଟକି ରହିଥିବା ନେଇ ଅଭିଯୋଗ ଜଣାଇଲେ।ଏହା ସହ ଅଞ୍ଚଳର ରାଜନୈତିକ ହାଲଚାଲ ନେଇ ମଧ୍ୟ ବିସ୍ତୃତଭାବେ ଆଲୋଚନା ହୋଇଥିବାର ଜଣାପଡିଛି। ସୂଚନା ଯୋଗ୍ୟ ଯେ ଚଳିତ ବିଧାନସଭା ନିର୍ବାଚନରେ ଏହି ଆସନ ବିଜେପି ହାତକୁ ଯାଇଛି, ଏପରି ସ୍ଥିତିରେ ହଠାତ ସରପଞ୍ଚ ଓ ବିଜେଡିର ଆଗଧାଡିର ନେତାଙ୍କ ସାଂସଦ ସହ ସାକ୍ଷାତକାର ଆଲୋଚନାର ବିଷୟ ପାଲଟିଥିବା ବେଳେ ରାଜନୈତିକ ସମୀକରଣ ମଧ୍ୟ ବଦଳି ପାରେ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *