ରଘୁନାଥପୁର ବ୍ଲକ କଂଗ୍ରେସର ସାଙ୍ଗଠନିକ ବୈଠକ।

ରଘୁନାଥପୁର:-୧୩/୧୨ ରଘୁନାଥପୁର ବ୍ଲକ କଂଗ୍ରେସର ସାଙ୍ଗଠନିକ ବୈଠକ ସ୍ଥାନୀୟ ମଦନମୋହନ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି। ବ୍ଲକ କଂଗ୍ରେସ ସଭାପତି ପ୍ରଶାନ୍ତ ଦାସ ବୈଠକରେ ପୌରିହିତ କରୁଥିଲେ। ଏଥିରେ ତିର୍ତୋଲ ନିର୍ବାଚନମଣ୍ଡଳୀର ଯୁବନେତା ଇଁ ହିମାଂଶୁ ଭୁଷଣ ମଲ୍ଲିକ ସମ୍ମାନୀତ ଅତିଥି ଭାବେ ଯୋଗଦେଇଥିଲେ। ସଂଗଠନକୁ ଦୃଢ କରି ଜନତା ଜନାର୍ଦ୍ଦନଙ୍କ ନିକଟତର ହେବା ପାଇଁ ଇଁ ମଲ୍ଲିକ ବୈଠକରେ ଗୁରୁତ୍ଵ ଦେଇଥିଲେ ।ଏହାଛଡା ବ୍ଲକ କମିଟିର ପୁନର୍ଗଠନ ଓ ବ୍ଲକକୁ ୪ ଗୋଟି ଜୋନରେ ବିଭକ୍ତ କରି ପ୍ରତ୍ୟେକ ଜୋନରେ ଯୁବକମାନଙ୍କୁ ଦାଇତ୍ୱ ଦେବାପାଇଁ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥଲା। ଏହାର ଦାଇତ୍ୱ ଉପସଭାପତି ଆର୍ତ୍ତତ୍ରାଣ ପଣ୍ଡାଙ୍କ ଉପରେ ନ୍ୟସ୍ତ କରାଗଲା। ସେହିପରି ବ୍ଲକ କଂଗ୍ରେସ କମିଟି ସଭାପତି ଚୟନ ଦାଇତ୍ୱ ସଭାରେ ଅଧ୍ୟକ୍ଷତା କରୁଥିବା ସଭାପତି ଦାଶ ଓ ଉପସଭାପତି ପଣ୍ଡାଙ୍କୁ ଦିଆଯାଇଥିଲା। ପ୍ରାରମ୍ଭରେ ବ୍ଲକ କଂଗ୍ରେସର ପୂର୍ବତନ ସଭାପତି ଦିବଙ୍ଗତ ରାମକୃଷ୍ଣ ପଣ୍ଡାଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଏଥିରେ ଜିଲ୍ଲା କମିଟିର ଉପସଭାପତି ସର୍ବେଶ୍ଵର ପଣ୍ଡା, ସରପଞ୍ଚ କାଳନ୍ଦୀ ମହାନ୍ତି, ଶାରଦା ପ୍ରାସାଦ ଜେନା, ବିନ୍ଦୁସାର ମହାପାତ୍ର, ପ୍ରଭାସ ପଣ୍ଡା, ବସନ୍ତ କୁମାର ଦାସଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ।

ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *