ଆର. ଟି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ

ଗଞ୍ଜାମ ଜିଲ୍ଲା, ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ସ୍ଥାନୀୟ ପ୍ରତାପପୁରୁ ସ୍ଥିତ ଆର. ଟି. ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ଶକ୍ତି ସଂରକ୍ଷଣ କ୍ଲବ ର ଇନ୍- ଚାର୍ଜ ଶିକ୍ଷକ କାଳୁ ଚରଣ ମହାଙ୍କୁଡଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଜାତୀୟ ଶକ୍ତି ସଂରକ୍ଷଣ ଦିବସ ପାଳିତ ହୋଇଯାଇଛି, ଏହି ଅବସରରେ ବିଦ୍ୟାଳୟ ପରିସରରେ ଆଲୋଚାଚକ୍ର, ତର୍କ ବିତର୍କ, କୁଇଜ୍ ଏବଂ ଏକ ସଚେତନତା ରାଲି ଆୟୋଜନ କରାଯାଇଥିଲା, ଏହି ଅବସରରେ ବିଦ୍ୟାଳୟ ଶକ୍ତି ସଂରକ୍ଷଣ କ୍ଲବ ର ଇନ୍- ଚାର୍ଜ ଶିକ୍ଷକ କାଳୁ ଚରଣ ମହାଙ୍କୁଡ ଏହି ଦିବସର ଗୁରୁତ୍ୱ ଉପରେ ଯଥା ଶକ୍ତି ସଂରକ୍ଷଣ ଦ୍ଵାରା ପରିବେଶ ସନ୍ତୁଳନ ରଖିବା ଏବଂ ଆଗାମୀ ପିଢି ପାଇଁ ଏକ ଉଜ୍ଜଳ ସମ୍ଭୁଦ୍ଧମୟ ଭବିଷ୍ୟତକୁ ସୁନିଶ୍ଚିତ କରିବା ଏହାର ଉଦ୍ଦେଶ୍ୟ ରେ ଆଲୋଚନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ସାମିଲି ହୋଇ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *