ଭଦ୍ରକ ପକ୍ଷରୁ ଏକ ରାଜ୍ୟସ୍ତରୀୟ ସାରସ୍ଵତ ସମ୍ବର୍ଦ୍ଧନା ଉତ୍ସବ

ପୁରୀ:୧୪/୧୨ସମାଜସେବୀ ଓ ଶିକ୍ଷାବିତ ଶଶଧର ପଣ୍ଡାଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ରାଉତ- ଉଦଘାଟକ, ବେଦ ବିଶ୍ୱବିଦ୍ୟାଳୟର କୁଳପତି ହରିହର କାନୁନଗୋ, ମୁଖ୍ୟବକ୍ତା ରୂପେ ଡକ୍ଟର ଜୟଶ୍ରୀ ନନ୍ଦ, ବିଶିଷ୍ଟ ଅତିଥି ଭାବରେ ଶିଖର କବି ଶ୍ରୀଧର ଶେଖର ମହାପାତ୍ର, ବିଶିଷ୍ଟ ବକ୍ତା ଶାରଦା ପ୍ରସାଦ ମିଶ୍ର, ସମ୍ମାନିତ ବକ୍ତା ବସୁଧୈବ କୁଟୁମ୍ବ କମ୍ ର ସଭାପତି ଭାଗିରଥି ସାହୁ, ସମ୍ମାନିତ ଅତିଥି ଭାବରେ ବ୍ୟଙ୍ଗ କବି ସଂପଦ କୁମାର ରଥ ଯୋଗଦେଇଥିଲେ।

ପ୍ରାରମ୍ଭରେ ଦିବ୍ୟ ଦର୍ଶନ ର ସମ୍ପାଦିକା ପ୍ରବାସିନୀ ମିଶ୍ର ଓ ଲକ୍ଷ୍ମୀପ୍ରିୟା ରାଉତରାୟଙ୍କ ସଂଯୋଜନାରେ ରାଜ୍ୟସ୍ତରୀୟ କବିତା ପାଠୋତ୍ସବ ହୋଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ଓଡିଶାର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ପ୍ରତିଭାଙ୍କୁ ଅନୁଷ୍ଠାନ ତରଫରୁ ସମ୍ମାନିତ କରାଯାଇଥିଲା।।

Leave a Reply

Your email address will not be published. Required fields are marked *