ପୁଲିସ୍ କୁ ମିଳିଛି ବଡ଼ ସଫଳତା।

ନବରଙ୍ଗପୁର ଜିଲ୍ଲା ପୁଲିସ୍ କୁ ମିଳିଛି ବଡ଼ ସଫଳତା l କୁନ୍ଦେଇ ଥାନା ଅନ୍ତର୍ଗତ ଧୁଙ୍ଗିଆଡିହି ଓ ପଖନାପାରା ଗ୍ରାମରେ ଚାଷ କରାଯାଇଥିବା ହଜାର ହଜାର ଗଞ୍ଜେଇ ଗଛକୁ ଉପାଡ଼ି ପଡ଼ି ଦେଲେ ମିଳିତ ପୁଲିସ ଟିମ୍ l ସବିଶେଷ ଖବରରୁ ପ୍ରକାଶ ନବରଙ୍ଗପୁର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକାରୀ ଆଦିତ୍ୟ ସେନ୍, ଉମରକୋଟ ଏସ୍.ଡି.ପି.ଅ ମିନାକ୍ଷୀ ଠାକୁର,କୁନ୍ଦେଇ ଥାନା ଅଧିକାରୀ ପ୍ରଶାନ୍ତ କୁମାର ସେଠୀ,ଉମରକୋଟ ଅତିରିକ୍ତ ତହସିଲଦାର ଚିତ୍ତରଞ୍ଜନ ପଟ୍ଟନାୟକ, ଅବକାରୀ ଅଧିକାରୀ ରଞ୍ଜୁଲତା ବାରିକ୍ ,ବନବିଭାଗର ଟିମ୍, କୁନ୍ଦେଇ ଆର.ଆଇ ଜ୍ୟୋତିର୍ମୟ ଚୌଧୁରୀ , ଦେଓଭରଣ୍ଡି ଆର.ଆଇ ରେଖା କାଞ୍ଜିଲାଲ, ପର୍ଚିପାର ଆର.ଆଇ ପ୍ରେମ ସାଗର ସହ ସ୍ଥାନୀୟ ପୁଲିସ ର ଏକ ମିଳିତ ଟିମ୍ ବିଶେଷ ସୁତ୍ରରୁ ଖବର ପାଇ ଖାଲେପାରା ଗ୍ରାମର ସନ୍ତୁରାମ ଗଣ୍ଡଙ୍କ ଘରେ ବୋଡ଼ି ଭୋରରୁ ଅଚାନକ ଚଢ଼ାଉ କରିଥିଲେ l ପରେ ଖାଲେପାରା ଓ ପଖନାପାରା ଗ୍ରାମରେ ପନିପରିବା ଚାଷ ଜମିରେ ଲଗାଇଥିବା ପ୍ରାୟ ୪୦୦୦ ଗଞ୍ଜେଇ ଗଛ ନଷ୍ଟ କରିଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି l

ରାଇଘର ରୁ ଦୀପଙ୍କର ଡାକୁଆ ସହ ପ୍ରଦୀପ ଶିକଦାର ରିପୋର୍ଟ

Leave a Reply

Your email address will not be published. Required fields are marked *