ଅଟୋ ଚାଳକଙ୍କୁ ଗଳାକାଟି ହତ୍ୟା !
ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଟିକିରିଥାନା ଅନ୍ତର୍ଗତ ବାଙ୍କାମ ପଞ୍ଚାୟତ ଫୁଲଜବା ଛକ ନିକଟରେ ଅଟୋଚାଳକଙ୍କୁ ଧାରୁଆଅସ୍ତ୍ର ଗଳାକାଟି ହତ୍ୟା କରାଯାଇଥିବା ଖବର ମିଳିଛି ।ଖବର ପାଇ ଘଟଣା ସ୍ଥଳରେ ରାୟଗଡା ଏସଡିପିଓ ରଶ୍ମିରଜଂନ ସେନାପତିଙ୍କ ସହ ଟିକିରି ଥାନା ASI ମନୋଜ ଜେନା , ASI ସହ ମହେଶ୍ୱର ପାଇକ ପୋଲିସ ଓ କାଶୀପୁର ଥାନା ଅଧିକାରି ସୂର୍ଯ୍ୟ ପ୍ରକାସ ନାୟକଙ୍କ ସହ ପୁଲିସ ଟିମ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।ମୃତ ଅଟୋଚାଳକ ଜଣଙ୍କ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଗାରିଡି ଗ୍ରାମର ବଳରାମ ଖରା(୩୪) ହୋଇଥିବା ବେଳେ ସେ ଦିର୍ଘ ଦିନ ଧରି ଦୋରାଗୁଡା ସ୍ଥିତ ଆରଆର କୋଲନିରେ ଘର ଭଡ଼ା ରହୁଥିଲେ।ତେବେ ବତ୍ର୍ତମାନ ସୁଦ୍ଧା ହତ୍ୟାର କାରଣ ସ୍ପଟ ହୋଇନଥିବା ବେଳେ ପୁଲିସ ପକ୍ଷରୁ ସାଇଣ୍ଟିଫିକ ଟିମ୍ ଡକାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।ମିଳିଥିବା ସୂଚନା ମୁତାବକ ମୃତ ବ୍ୟକ୍ତି ଜଣଙ୍କ ଅଟୋଭଡା ପାଇଁ ଫୁଲଜବା ନିକଟସ୍ତ ଏକ ଗ୍ରାମକୁ ଯାଇ ଫେରୁଥିବା ସମୟରେ ହତ୍ୟା କରାଯାଇଥିବା ଅଭୀଯୋଗ ହୋଇଛି।ତେବେ କିଏ ଓ କାହିଁକି ତାଙ୍କୁ ହତ୍ୟା କଲେ ତାହା ବତ୍ର୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ନାହିଁ।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର live
