ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି, ମୟୁରଭଞ୍ଜଜିଲ୍ଲାଶାଖାର ଶୁଭ ଉଦଘାଟନ ଉଦଘାଟନ
ମୟୁରଭଞ୍ଜଜିଲ୍ଲା ଉଦଳାର ସାଇ ସାଧନା କଲେଜ ରେ ନିଖିଳ ଉତ୍କଳ ବିଶ୍ୱକର୍ମା ସମିତି ଓଡିଶାର ମୟୁରଭଞ୍ଜ ଜିଲ୍ଲା ଶାଖା ଉଦଘାଟନ ପୂର୍ଣଚନ୍ଦ୍ର ବିନ୍ଧାଣୀ ଙ୍କ ସଭାପତିତ୍ୱରେ ସାଇ ସାଧନା କଲେଜ ପରିସରରେ ଅନୁଷ୍ଠିତ ହଇଯାଇଛି l ଉକ୍ତ ସଭାରେ ମୁଖ୍ୟ ଅତିଥି ଭାବେ ଇଂ. ରାମକୃଷ୍ଣ ମହାରଣା, ମୁଖ୍ୟ ବକ୍ତା ଇଂ. ଯୁଗଳ କିଶୋର ମହାରଣା, ସନ୍ନମାନିତ ଅତିଥି ସହିଦ୍ଧେଶ୍ୱର ବିନ୍ଧାଣୀ , ପ୍ରଭାକର ମହାରଣା, ଅଶୋକ କୁମାର ମହାରଣା, ରବୀନ୍ଦ୍ର କୁମାର ଓଝା ପ୍ରମୁଖ ଯୋଗ ଦେଇଥିଲେ l

ଉକ୍ତ ସଭାରେ ବିଶ୍ୱକର୍ମା ସମିତିର ଉଦ୍ଦେଶ୍ୟ, କାର୍ଯ୍ୟାବଳୀ ଏବଂ ଦାୟିତ୍ୱ ବିଷୟରେ ସମସ୍ତେ ସ୍ଵ ସ୍ଵ ବକ୍ତବ୍ୟ ପ୍ରଦାନ କରିଥିଲେ ଏବଂ ମୟୁରଭଞ୍ଜ ଜିଲ୍ଲା ଶାଖାର ସର୍ବସମ୍ମତି କ୍ରମେ ନୂତନ କର୍ମକର୍ତା ଭାବେ ପୂର୍ଣଚନ୍ଦ୍ର ବିନ୍ଧାଣୀ ସଭାପତି, ରଘୁନାଥ ବିନ୍ଧାଣୀ ଉପସଭାପତି, ବୀରେନ୍ଦ୍ର ବିନ୍ଧାଣୀ ସମ୍ପାଦକ, ନଗେନ ବିନ୍ଧାଣୀ ସହସମ୍ପାଦକ,ଦୈତାରୀ ବିନ୍ଧାଣୀ କୋଷlଧକ୍ଷ, ପରୀକ୍ଷିତ ବିନ୍ଧାଣୀ ସହକୋଷlଧକ୍ଷ, ନରେନ୍ଦ୍ର ବିନ୍ଧାଣୀ ସଂଗଠନ ସମ୍ପାଦକ, କଟିଆ ବିନ୍ଧାଣୀ , ଭାଷ୍କର ଚନ୍ଦ୍ର ବିନ୍ଧାଣୀ, ରବିନାରାୟଣ ବିନ୍ଧାଣୀ, ମନୋରଞ୍ଜନ ବିନ୍ଧାଣୀ , ଗୋପାଳ ବିନ୍ଧାଣୀ ସଂଯୋଜକ ଏବଂ ଇନ୍ଦ୍ରମଣି ବିନ୍ଧାଣୀ ଓ ନନ୍ଦକିଶୋର ବିନ୍ଧାଣୀ ଉପଦେଷ୍ଟା ଭାବେ ମନୋନୀତ ହୋଇଥିଲେ l ଏହି ନୂତନ ସଭାକୁ ରାଜ୍ୟସଙ୍ଘର ସଭାପତି ସ୍ୱୀକୃତି ପ୍ରଦାନ କରିଥିଲେ l ବିଶିଷ୍ଟ ବ୍ୟକ୍ତି ଇନ୍ଦ୍ରମଣି ବିନ୍ଧାଣୀ, ଚନ୍ଦ୍ରମହନ ବିନ୍ଧାଣୀ ଓ ନଗେନ ବିନ୍ଧାଣୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଦୈତାରୀ ବିନ୍ଧାଣୀ ମଞ୍ଚ ପରିଚାଳନା କରିଥିବା ସ୍ଥଳେ କପିଳେନ୍ଦ୍ର ବିନ୍ଧାଣୀ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକୁ ସଫଳ କରିବା ପାଇଁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ବିଶ୍ୱକର୍ମା ପରିବାରର ସଭ୍ୟ ସଭ୍ୟା ପୂର୍ଣ୍ଣ ସହଯୋଗ କରିଥିଲେ l
