ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ପୁରୀ- ତା. ୨୨.୧୦.୨୦୨୧– ଆଜାଦି କା ଅମୃତ ମହୋତ୍ସବ ପାଳନ ଅଧିନରେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ରହିଛି । ଏଥିମଧ୍ୟରେ ସ୍ବଚ୍ଛତା ଅଭିଯାନ ଅନ୍ୟତ୍ତମ । ଏହି ଉପଲକ୍ଷେ ନେହେରୁ ଯୁବ କେନ୍ଦ୍ର ପକ୍ଷରୁ ସଫେଇ ଅଭିଯାନ ଏମାର ମଠ ପରିସରରେ ଅନୁଷ୍ଠିତ ହୋଇଛି । ସୁରଜମଲ୍ଲ ଶାହା ମହାବିଦ୍ଯାଳୟ ଓ ଶ୍ରୀ ଜଗନ୍ନାଥ ବେଦ କର୍ମକାଣ୍ତ ମହାବିଦ୍ୟାଳୟର ଜାତୀୟ ସେବା ସଂସ୍ଥାର ଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ । ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା, ନେହେରୁ ଯୁବ କେନ୍ଦ୍ର ରାଜ୍ୟ ସଂଯୋଜକ ଶ୍ରୀ ବିମଳ ପ୍ୟାଟ୍ରିକ ଶାହା, ଜିଲ୍ଲା ସଂଯୋଜକ ଶ୍ରୀ ଜୟ ଶଙ୍କର ଯୋଶୀ, କାର୍ଯ୍ୟକ୍ରମ ଅଧିକାରୀ ଡଃ ହରପ୍ରିୟା ଦାଶ, ଶ୍ରୀ ଅମିତ କୁମାର ପାତ୍ର, ଶ୍ରୀ ଅକ୍ଷୟ କୁମାର ରାଉଳ, ସ୍ବେଚ୍ଛାସେବୀ ଶ୍ରୀ ବଦ୍ରି ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *