ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ହିଂସା, ଆକ୍ରମଣ ଏବଂ ହତ୍ୟା ପ୍ରତିବାଦରେ ବିଶ୍ଵ ହିନ୍ଦୁ ପରିଷଦ, ଭଦ୍ରକ ଜିଲ୍ଲା ପକ୍ଷରୁ ବିଶାଳ ଶୋଭାଯାତ୍ରା ସହିତ ବିକ୍ଷୋଭ ପ୍ରଦର୍ଶନ।ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଭଦ୍ରକ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ :୨୨/୧୦:-ବାଂଲାଦେଶ ରେ ହିନ୍ଦୁ ମାନଙ୍କୁ ହତ୍ୟା ଓ ମଠ ମନ୍ଦିର ଭାଙ୍ଗିବା ପ୍ରତିବାଦ ରେ ଆଜି ବିଶ୍ବ ହିନ୍ଦୁ ପରିଷଦ ସମଗ୍ର ଭାରତ ବର୍ଷରେ ସବୁ ଜିଲ୍ଲା କେନ୍ଦ୍ର ମାନଙ୍କରେ ବିଭିନ୍ନ ଶୋଭାଯାତ୍ରା କରିବା ସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଅଛି ! ଏବଂ ଜିଲ୍ଲାପାଳ ଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯିବ। ସେହିପରି ଭାବରେ ଭଦ୍ରକ ଜିଲ୍ଲା ବିଶ୍ବହିନ୍ଦୁ ପରିଷଦ, ନେତୃତ୍ୱରେ, ବଜରଙ୍ଗ ଦଳ। ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘ, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ମାତୃଶକ୍ତି, ଗାୟତ୍ରୀ ପରିବାର, ଏବଂ ଇସ୍କନ୍ ର ସାଧୁ ସନ୍ଥ ମାନେ ଯୋଗଦାନ କରି ସ୍ଥାନୀୟ ଗାନ୍ଧୀ ପଡିଆ ଠାରୁ ଏକ ବିଶାଳ ପଟୁଆର ରେ ପଦଯାତ୍ରା କରି ଜିଲ୍ଲାପାଳ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ ଉକ୍ତ କାର୍ଯ୍ୟକ୍ରମ ରେ ବଜରଙ୍ଗ ଦଳର ରାଜ୍ୟ ସଂଯୋଜକ ମାନନୀୟ ମାନସ ରଂଜନ ମହାନ୍ତି ଭାଇ ଉପସ୍ଥିତି ରହି ବାଂଲାଦେଶ ର ଏପରି କାର୍ଯ୍ୟ ପାଇଁ ତିରସ୍କାର କରିଥିଲେ, ଉକ୍ତ କାର୍ଯ୍ୟକ୍ରମ ରେ ଭଦ୍ରକ ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ଜିଲ୍ଲା ସଂପାଦକ କାହୁଁ ଚରଣ ସିଂହ, ମାତୃଶକ୍ତି ପ୍ରମୁଖ ସରୋଜିନୀ ଦାସ, ଉପ ସଭାପତି କୈଳାଶ ଦାସ, ନିରଞ୍ଜନ ସାହୁ। ସହ ସମ୍ପାଦକ ଶ୍ରୀକାନ୍ତ ଲେଙ୍କା, ବଜରଙ୍ଗ ଦଳ ଜିଲ୍ଲା ସଂଯୋଜକ ଶ୍ରୀମାନ ବିପିନ ବିହାରୀ ପଣ୍ଡା, ସହ ସଂଯୋଜକ ବ୍ରହ୍ମାନନ୍ଦ ସାହୁ, ଜିଲ୍ଲା ବିଦ୍ୟାର୍ଥୀ ପ୍ରମୁଖ ଖିତିସ୍ ରାଉତ, ନଗର ସଭାପତି ପୁନିଲ ସାମନ୍ତ, ସମ୍ପାଦକ ମହେଶ୍ୱର ବେହେରା, ନଗର ସହ ସଂଯୋଜକ ସନ୍ତୋଷ ବେହେରା,ଧାମନଗର ପ୍ରଖଣ୍ଡ ସଂଯୋଜକ ସଞ୍ଜୟ ସ୍ବାଇଁ, ବାସୁଦେବ ପୁର ମନ୍ମଥ ନାୟକ, ତିହିଡ଼ି ସୁଶାନ୍ତ ସାହୁ,ଭଣ୍ଡାରିପୋଖରୀ ଚଂଦ୍ର ଶେଖର ରାଉତ, ବନ୍ତ୍ ମୃତୁଞ୍ଜୟ ସୂତାର, ଖଇରା ହରେନ୍ଦ୍ର ବାରିକ ସିମୁଳିଆ ଉମାକାନ୍ତ ବେହେରା, ଭଦ୍ରକ ସଦର ସଞ୍ଜୀବ କୁମାର ଦାସ ଙ୍କ ସହ ଶତାଧିକ ସଂଖ୍ୟାରେ ଯୋଗଦାନ କରିଥିଲେ,, ଜୟ ଶ୍ରୀରାମ,,,,

ରିପୋର୍ଟ :-ପୁନିଲ କୁମାର ସାମନ୍ତ

Leave a Reply

Your email address will not be published. Required fields are marked *