ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ଜିଲ୍ଲା ର ତିନୋଟି ନୂତନ ଥାନାଗୃହ ଉଦ୍ଘାଟନ କରିଛନ୍ତି

ଆଜି ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ପୁରୀ ଜିଲ୍ଲା ର ତିନୋଟି ନୂତନ ଥାନାଗୃହ ଉଦ୍ଘାଟନ କରିଛନ୍ତି। ଯଥା ଡ଼େଲାଙ୍ଗ, ବଳଙ୍ଗା ଓ ଅସ୍ତରଙ୍ଗ ଥାନାଗୃହର ଉଦ୍ଘାଟନ ହୋଇଯାଇଅଛି।ଏହି ସମାରୋହରରେ ଡେଲାଙ୍ଗ ନୂତନ ଥାନାଗୃହ ପରିସରରେ ପିପିଲି-ଡେଲାଙ୍ଗ ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ଵାଇଁ, ଏସପି ପୁରୀ ଶ୍ରୀ ବିନୀତ ଅଗ୍ରୱାଲ, ଡ଼େଲାଙ୍ଗ ବ୍ଲକ ଅଧ୍ୟକ୍ଷା,ଡ଼େଲାଙ୍ଗ ତହସିଲଦାର, ଡ଼େଲାଙ୍ଗ ବ୍ଲକ ଉନ୍ନୟନ ଅଧିକାରୀ, ଏସ୍ଡିପିଓ ସଦର, ଡ଼େଲାଙ୍ଗ, ପିପିଲି ଏବଂ କଣାସ ଥାନା ଅଧିକାରୀ ସହ ଡ଼େଲାଙ୍ଗ ଅଞ୍ଚଳର ବୁଦ୍ଧିଜିବୀ ମାନେ ଉପସ୍ଥିତ ଥିଲେ। ସେହିପରି ବଳଙ୍ଗା ନୂତନ ଥାନାଗୃହ ପରିସରରେ ସମ୍ମାନୀୟ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା,ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍ ପ୍ରକାଶ ମିଶ୍ର,କେନ୍ଦ୍ରାଞ୍ଚଳ ଆଇଜି ଚରଣ ସିଂହ ମୀନା,ପିପିଲି, ନିମାପଡ଼ା ଏବଂ ସତ୍ୟବାଦୀ ବ୍ଲକ ଉନ୍ନୟନ ଅଧିକାରୀ, ଏସ୍ଡିପିଓ ପିପିଲି,ଆର ଆଇ ପୁରୀ, ବଳଙ୍ଗା ଥାନାଅଧିକାରୀ ଉପସ୍ଥିତ ଥିଲେ।

ସେହିପରି ଅସ୍ତରଙ୍ଗ ନୂତନ ଥାନାଗୃହ ପରିସରରେ ଜଗତସିଂହପୁର ଶ୍ରୀ ସାଂସଦ ବିଭୁ ପ୍ରସାଦ ତରାଇ,ବିଧାୟକ ଶ୍ରୀ ତୁଷାରକାନ୍ତି ବେହେରା, ଅତିରିକ୍ତ ଏସପି ବିଷ୍ନୁ ଚରଣ ପତି, ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ, ଅସ୍ତରଙ୍ଗ ତହସିଲଦାର, ଅସ୍ତରଙ୍ଗ ବ୍ଲକ ଉନ୍ନୟନ ଅଧିକାରୀ, ଏସ୍ଡିପିଓ ନିମାପଡ଼ା ଉପସ୍ଥିତ ଥିଲେ । ଅସ୍ତରଙ୍ଗ ସାମୁଦ୍ରିକ ଥାନା, କାକଟପୁର ଥାନା, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଓ ରାମଚଣ୍ଡି ଥାନା ଅଧିକାରୀ ମାନଙ୍କ ସହ ଅନେକ ସ୍ଥାନୀୟ ବାସିନ୍ଦା ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *