ବିଦ୍ୟାଲୟରେ ପ୍ରତିଭା ସମ୍ମାନ ଓ ସମର୍ଦ୍ଧନା ଉତ୍ସବ
ଅଦ୍ୟ ତା ୧୭/୧୨/୨୦୨୪ ରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ ବିଶ୍ୱମ୍ବର ବିଦ୍ୟାପୀଠର ସମ୍ମିଳନୀ କକ୍ଷରେ ବିଦ୍ୟାଳୟର ଇଣ୍ଟିଗ୍ରିଟୀ କ୍ଲବର ପ୍ରତିଭା ସମ୍ମାନ ଓ ସମ୍ବର୍ଦ୍ଧନା ଉତ୍ସବ l ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ କ୍ଲବର ଉପଦେଷ୍ଟା ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ଧ୍ରୁବଚରଣ କର ଅତିଥି ମାନଙ୍କର ପରିଚୟ ପ୍ରଦାନ ସହ କ୍ଲବ ଗଠନର ଉଦ୍ଦେଶ୍ୟ ଓ କାର୍ଯ୍ୟ ସଂର୍ପର୍କରେ ଆଲୋକପାତ କରିଥିଲେ । କ୍ଲବର ସଂପାଦକ ତଥା ବିଦ୍ୟାଳୟ୍ରର ପ୍ରଧାନଶିକ୍ଷକ ଶ୍ରୀମତୀ ଶୁଭ୍ରଶୀ ଦାଶ ସଂପାଦକ ବିବରଣୀ ପାଠ କରିଥିଲେ l ମୁଖ୍ୟ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ସେଠୀ ଯୋଗଦାନ କରିି ଉତ୍ସବକୁ ସରସ ସୁନ୍ଦର କରିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରାଇଥିଲେ | ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ପ୍ରାକ୍ତନ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ରଘୁନାଥ ମହାପାତ୍ର , ପ୍ରାକ୍ତନ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ ଓ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ମିଶ୍ର କ୍ଲବର କାର୍ଯ୍ୟ ପନ୍ଥା ସଂପର୍କରେ ଆଲୋକପାତ କରିଥିଲେ ।

ଏହି ଉତ୍ସବରେ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଶ୍ରୀଯୁକ୍ତ ବାବାଜି ଚରଣ ମହାନ୍ତି , ପ୍ରାକ୍ତନ ଶିକ୍ଷୟତ୍ରୀ ଶ୍ରୀମତୀ ବିଜୟ ଲକ୍ଷ୍ମୀ ଦାଶ , ପ୍ରାକ୍ତନ ସଂସ୍କୃତ ଶିକ୍ଷୟତ୍ରୀ ପଦ୍ମିନୀ ଦାଶ ଙ୍କ ସହିତ ବର୍ତ୍ତମାନର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ରାୟଗୁରୁ ଓ ବିଜ୍ଞାନ ଶିକ୍ଷୟତ୍ରୀ ଶ୍ରୀମତୀ ସ୍ମିତା ବାନାର୍ଜିଙ୍କୁ ଉପଢୋକନ ସହ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଏଥିସହ ବିଦ୍ୟାଳୟର ପ୍ରାକ୍ତନ କାର୍ଯ୍ୟାଳୟ ସହକାରୀ ଶ୍ରୀ ଅର୍ଜୁନ ସାହୁଙ୍କୁ ତାଙ୍କ ନିଷ୍ଠାପର ସେବା ନିର୍ମିତ ମାନପତ୍ର ତଥା ଉତ୍ତରୀୟ ଦ୍ୱାରା ସମ୍ମାନିତ କରାଯାଇଥିଲା l କ୍ଲବ ତରଫରୁ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ଅଭିଜ୍ଞାନ ଦଲାଇ ଓ ଛାତ୍ରୀ ତାନିୟା ପ୍ରିୟଦର୍ଶନୀ ଙ୍କୁ ପ୍ରତ୍ୟେକ ଏକ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇ ଥିଲା । ପରିଶେଷରେ ବିଦ୍ୟାଳୟର ବରିଷ୍ଟ ଶ୍ରୀକ୍ଷକ ଶ୍ରୀଯୁକ ସୁରେଶ ଚନ୍ଦ୍ର ତ୍ରୀପାଠୀ ଉତ୍ସବରେ ଉପସ୍ଥିତ ସମସ୍ତ ଅତିଥି ବର୍ଗ ଶିକ୍ଷକ ଶିକ୍ଷୟତ୍ରୀ , ମିଡ଼ିଆ ଭାଇ , ତଥା ଛାତ୍ର ଛାତ୍ରୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l
