ସ୍କୁଲ ପରିସରରେ ଚାରା ରୋପଣ
ଜଟଣୀ :୨୨/୧୦– ପରିବେଶ ସନ୍ତୁଳନ ତଥା ସୁସ୍ଥ ପରିବେଶ ସୃଷ୍ଟି ନିମନ୍ତେ ବିଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ତୃତୀୟ ପର୍ଯ୍ୟାୟରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସମ୍ଭାବନା ପରିବାର ପକ୍ଷରୁ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଫଳ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ପୌର ନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି ଓ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ମିଶ୍ର ଯୋଗ ଦେଇ ଚାରା ରୋପଣ କରିବା ସହ ଅନୁଷ୍ଠାନର କର୍ମକର୍ତ୍ତାଙ୍କ ମନୋବଳ ବୃଦ୍ଧି କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ସନ୍ତୋଷ କୁମାର ପାତ୍ର, ସମ୍ପାଦକ ଦେବ ପ୍ରସାଦ ଦାଶ, ସଂଗଠନ ସମ୍ପାଦକ ଦିଲୀପ ସିଂ, ଅମୀନ ରାଉତ, କୋଷାଧକ୍ଷ ରମାକାନ୍ତ ମହାରଣା, ନିତ୍ୟଜିତ୍ ଚମ୍ପତି, ଅବଦୁଲ ସତାର, ପରାମର୍ଶ ଦାତା ଭାସ୍କର ଚନ୍ଦ୍ର ଡାକୁଆ, ଗୌରୀ ସାହୁ, ସନ୍ତୋଷ କୁମାର ହୋତା, ବଂଶୀଧର ମଙ୍ଗରାଜ,ସୌମେନ୍ଦ୍ର ମିଶ୍ର, ବିଶ୍ଵନାଥ ପାତ୍ର, ସୁଦର୍ଶନ ସାହୁ, ଶିବା, ପ୍ରମୁଖ ଉପସ୍ଥିତ ରହି ପ୍ରାୟ ୨୦ ଟି ଫଳ ଚାରା ରୋପଣ କରିଥିଲେ । ଏହି ଅବସରରେ ନିର୍ବାହୀ ଅଧିକାରୀ ଦିଲ୍ଲିପ କୁମାର ମହାନ୍ତି ଏବଂ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ ମିଶ୍ରଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ମାନିତ କରାଯାଇଥିଲା ।
ରିପୋର୍ଟ- ଶୁଭେନ୍ଦ୍ର ଶତପଥୀ।
