ପୁତ୍ର ର ଜନ୍ମ ଦିନ ରେ ପିତା ଙ୍କ ର ଦୁର୍ଘଟଣା ରେ ମୃତ୍ୟୁ
କନ୍ଧମାଳ ଜିଲ୍ଲା ସାରଙ୍ଗଡ ଥାନା ଅନ୍ତର୍ଗତ ଚାଞ୍ଚେଡି ପଞ୍ଚାୟତ ଗଣ୍ଡିସି ଶଙ୍ଖ ଠାରେ ଏକ ବାଇକ ଭାରସାମ୍ୟ ହରାଇ ଶଙ୍ଖ ତଳକୁ ଖସି ପଡିବା ଫଳ ରେ ପାଣିରେ ବୁଡି ଜଣେ ମୃତ ଏବଂ ଦୁଇ ଗୁରୁତର ହୋଇଥିବା ଦେଖିବାକୁ ମିଳିଅଛି।ସୂଚନା ପ୍ରକାରେ ମୃତକ ବ୍ୟକ୍ତି ଜଣକ ହେଲେ ପବିତ୍ର ଦିଗାଲ। ଗତ କାଲି ନିଜ ପୁଅଙ୍କର ଜନ୍ମ ଦିନ ଥିବା କାରଣ ସକାଶେ ଗାଁ ର ସମସ୍ତ ଲୋକ ମାନଙ୍କୁ ନିମନ୍ତ୍ରଣ ଥିଲା। ସନ୍ଧ୍ୟା ସମୟରେ ଭୋଜି ର କାର୍ଯ୍ୟକ୍ରମ ଥିବା ବେଳେ କିଛି ଦରକାରୀ ଜିନିଷ କିଣିବା ପାଇଁ ପବିତ୍ର ଏବଂ ତାଙ୍କ ଦୁଇ ସାଥି ଙ୍କୁ ନେଇ ବାଇକ ଯୋଗେ ରାଇକିଆ ବଜାର ଆସିଥିଲେ । ଫେରିବା ସମୟରେ ଗଣ୍ଡିସି ସଙ୍ଖ ରେ ବାଇକ ଟି ଭାରସାମ୍ୟ ହରାଇ ଶଙ୍ଖ ତଳକୁ ଖସିଯାଇଥିଲା। ନଦୀରେ ଅଧିକ ପାଣି ଥିବା ଯୋଗୁଁ ବାଇକ ସହ ସମସ୍ତେ ତିନି ଜଣ ପାଣିରେ ବୁଡି ଯାଇଥିଲେ, ।ଘଟଣା ସ୍ଥଳରେ ପବିତ୍ର ଦିଗଲ ଙ୍କ ମୃତ ହୋଇଥିଲା ଏବଂ ଦୁଇ ସାଥି ଗୁରୁତର ଥିବା ଅବସ୍ଥାରେ ଆମ୍ବୁଲାନ୍ସ ଯୋଗେ ରାଇକିଆ ଗୋଷ୍ଠୀ ସ୍ଵାସ୍ତ୍ୟ କେନ୍ଦ୍ର କୁ ଅଣା ଯାଇଥିଲା, ସେଥି ମଧ୍ୟରୁ ଜଣେ ଅଧିକ ଗୁରୁତର ଥିବାରୁ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରକୁ ରେଫର କରାଯାଇଛି। ଘଟଣା ସ୍ଥଳରେ ରାଇକିଆ ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ସମୟ ରେ ପବିତ୍ର ଦିଗଲ ଙ୍କ ଶବକୁ ବ୍ୟବଛେଦ ଗୃହ କୁ ପଠାଯାଇଛି। ଏହି ଘଟଣା କୁ ନେଇ ପରିବାରରେ ଏବଂ ରାଇକିଆ ଅଂଚଳରେ ଶୋକର ଛାୟା ଖେଳିଯାଇଛି।
