ବିପର୍ଯ୍ୟୟ ପରିଚାଳନା ମକଡ୍ରିଲ ପ୍ରସ୍ତୁତି ବୈଠକ ଅନୁଷ୍ଠିତ
।ପୁରୀ ୧୮/୧୨ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଜିଲ୍ଲା ପ୍ରଶାସନ ଓ ଏନଡିଆରଏଫ ମୁଣ୍ଡୁଳୀ ୩ ବାଟାଲିୟନ ର ମିଳିତ ସହଯୋଗ ରେ ଆସନ୍ତା କାଲି ହେବାକୁ ଥିବା ମକଡ଼୍ରିଲ ପାଇଁ ଟେବୁଲ ଟପ ଏକ୍ସରସାଇଜ ଅନୁଷ୍ଠିତ ହୋଇଥିଲା।ଏହି ମକ ଡ୍ରିଲ ଆସନ୍ତା କାଲି ପୂର୍ବାହ୍ନରେ ବୀର ହରେକୃଷ୍ଣପୁର ଛକ ନିକଟସ୍ଥ ପୋଖରୀରେ କରାଯିବ ବୋଲି ସ୍ଥିର ହୋଇଛି।ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ବେହେରା ପୁରୀ ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଜିଲ୍ଲା ଭାବେ ପରିଗଣିତ।ବିଶେଷ କରି ଜିଲ୍ଲାରେ ବନ୍ୟା, ବାତ୍ୟା ଚିର ସହଚର। ତେବେ ପାଣିରେ ବୁଡି ଘଟଣା ଅଧିକ ହେଉଥିବାରୁ ଏ ସମ୍ପର୍କରେ ବ୍ୟାପକ ସଚେତନତା ସୃଷ୍ଟି ପାଇଁ ଏନଡିଆରଏଫ ଟିମକୁ ପରାମର୍ଶ ଦେଇଥିଲେ। ଏହି ମକ ଡ୍ରିଲରେ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ ମାନେ ଉପସ୍ଥିତ ରହି ସେମାନଙ୍କ ବିଭାଗର କାର୍ଯ୍ୟ ପରିଚାଳନା ରେ ସହଯୋଗ କରିବେ ବୋଲି ସ୍ଥିର ହେଲା। ଏନଡିଆରଏଫ ପ୍ରତିନିଧି ଅଭିଷେକ ଶର୍ମା ଓ ସନ୍ଦୀପ ସିଂ କାର୍ଯ୍ୟକ୍ରମ କୁ ପରିଚାଳନା କରିବେ।ଆଜିର ବୈଠକରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା, ଏଡିଏମଓ ଡା ବିରଜା ଶଙ୍କର ରଥ,ଜରୁରୀ ବିଭାଗର ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ, ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ଶରତ କୁମାର ବେହେରା, ସହକାରୀ ଜିଲ୍ଲାପାଳ ପଞ୍ଚାନନ ପରିଜା, ଡିପିଓ ସୁକାନ୍ତ କୁମାର ଦାଶ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
