ଅର୍ଥ ସାଜିଛି ବାଧକ ପୁଅ ର ହେଇ ପାରୁ ନିଜ ଚିକିତ୍ସା
ଅର୍ଥ ସାଜିଛି ବାଧକ ପୁଅ ର ହେଇ ପାରୁ ନିଜ ଚିକିତ୍ସା। ଟିକିରି ୧୮/୧୨/୨୪( )ରାୟଗଡା ଜିଲ୍ଲା, କାଶୀପୁର ବ୍ଲକ, ଗୋରଖପୁର ପଞ୍ଚାୟତ ଗୌଡ଼ ସାହିର ରିତେଶ ଗୌଡ଼, ପିତା ପଡl ଗୌଡା, ମାଁ ମିଥିଲା l ରିତେଶ ବୟଷ ୯ ହୋଇଥିବା ବେଳେ ସେ ତୁରତୀୟ ଶ୍ରେଣୀରେ ନିଜ ଗାଁ ବିଦ୍ୟାଳୟରେ ପଢୁ ଥିଲେ l ବିଦ୍ୟାଳୟରୁ ଘର ଅଧା କିମି ଦୂର ଚାଲି ଆସିବା ସମୟରେ ତା ୦୭,/୧୨/୨୪ ରିଖ ଦିନ ବାଟରେ ପଡିଯିବାରୁ ମୁଣ୍ଡରେ ଆଘାତ ହୋଇ ରକ୍ତ ବାହାରିଥିଲା ତିନି ଦିନ ପରେ ତାକୁ ରାୟଗଡା ଡାକ୍ତର ଖାନାକୁ ନେଇ ଥିଲେ l ତାପରେ କୋରାପୁଟ ଡାକ୍ତର ଖାନାକୁ ସ୍ଥାନାନ୍ତର କରି ତିନି ଦିନ ରଖିବା ପରେ, କଟକ ଡାକ୍ତର ଖାନାକୁ ନେଇ ତାର ଚିକିତ୍ସା କରିବାକୁ ହେଲେ ୬୦, ୭୦ ହଜାର ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର କହିବାରୁ ପଇସା ନ ଥିବାରୁ ପୁଣୀ ନିଜ କୁ ଫେରିଆସିଛନ୍ତି l ବର୍ତମାନ ଛୁଆର ଦେହ ଅବସ୍ଥା ବହୁତ ଖରାପ ଅଛି l ପଡା ଗୌଡା ଜଣେ କୁଲି ମଜୁରିଆ ଗରିବ ଲୋକ, ଘର ଡ଼ିହ ମଧ୍ୟ କିଛି ନାହିଁ l ଘର ଛୋଜଣ ପରିବାର ଚଳାଉଛନ୍ତି ଆର୍ଥିକ ବ୍ୟବସ୍ଥା ଠିକ ନାହଁ,ତେଣୁ ସେ ତାର ଛୁଆକୁ ଚିକିତ୍ସା କରିବାକୁ ହେଲେ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଙ୍କୁ ବା ଜନସାଧାରଣଙ୍କ କିଛି ଅନୁଦାନ ସାହାଯ୍ୟ ସହଯୋଗ ପାଇଁ ଗୁହାରୀ କରୁଛନ୍ତି । ସେହି ପରି ଅଞ୍ଚଳରେ କମ୍ପାନୀ ରହିଛି ଯଦି କିଛି ସାହାର୍ଯ୍ୟ ପ୍ରଦାନ କରିଲେ ମୋର ପୁଅ ସ୍ଵାସ୍ଥ୍ୟ ଅବସ୍ଥା ର ସୁଧାର ଆସିଥାନ୍ତା ବୋଲି ତାଙ୍କ ବାପା ଗୁହାରି କହିଛନ୍ତି କାଶୀପୁର ରୁ
ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
