ସେଣ୍ଟମେରୀ ସ୍କୁଲର ୨୩ତମ ବାର୍ଷିକ କ୍ରୀଡା ତରୁଣ ମେମୋରିଆଲ

ବ୍ୟାସନଗର ସ୍ଥିତ ସେଣ୍ଟମେରୀ ସ୍କୁଲରେ ୨୩ତମ ବାର୍ଷିକ କ୍ରୀଡା ଉତ୍ସବ ତରୁଣ ମେମୋରିଆଲ ଉଦ୍ଘାଟନ ହୋଇଯାଇଛି l ଏହି ଉଦ୍ଘାଟନୀ ଉତ୍ସବକୁ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, କଳିଙ୍ଗନଗର ସପନ କୁମାର ନନ୍ଦ ଆନୁଷ୍ଠାନିକ ଭାବେ ଉଦଘାଟନ କରି କ୍ରୀଡ଼ାର ଉପଯୋଗିତା ସଂପର୍କରେ ବକ୍ତବ୍ୟ ରଖିଥିଲେ l ସଂମାନିତ ଅତିଥିଭାବେ ବରିଷ୍ଟ ଆଇନଜୀବୀ ବିବେକାନନ୍ଦ ମହାନ୍ତି, ଓ ଉଷାରଣୀ ସାମଲ ଯୋଗଦେଇ ଉତୀର୍ଣ୍ଣ ପ୍ରତିଯୋଗୀମାନଙ୍କୁ ମାନପତ୍ର ଓ ପଦକ ପ୍ରଦାନ କରିଥିଲେ l ତେବେ ପ୍ରଥମେ ସକାଳୁ ସ୍କୁଲ ପକ୍ଷରୁ ଛାତ୍ର ଛାତ୍ରୀ ମlନେ ଯୋଗଦେଇ ଏକ ସଡ଼କ ସଚେତନତା ରାଲି କରିଥିଲେ l ଶେଷରେ ବିଭିନ୍ନ ବିଭାଗର ହାଉସର ଛାତ୍ରଛତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ଏହି କ୍ରୀଡା ଉତ୍ସବକୁ ବିଦ୍ୟାଳୟର ମ୍ୟାନେଜର ଫାଦର ଅକ୍ଷୟ କୁମାର ସେନାପତି, ଅଧ୍ଯକ୍ଷା ସିଷ୍ଟର ଲଳିତା ଖୁଜୁର ଙ୍କ ସମେତ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ପରିଚାଳନା କରିଥିଲେ l

ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *