ଏବିଭିପିର ସାମ୍ବାଦିକ ସମ୍ମିଳନୀ

-ରାଜ୍ୟ ଅଧିବେଶନରେ ଭଦ୍ରକରୁ ସାମିଲ ହେବେ ଶତାଧିକ ଛାତ୍ରଛାତ୍ରୀଚଳିତ ବର୍ଷ ଅଖୁଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ରାଜ୍ୟ ଅବେଶନ ରୌପ୍ୟ ନଗରୀ କଟକରେ ଅନୁଷ୍ଠିତ ହେବାକୁ ଯାଉଛି ତିନିଦିନ ଧରି ଓଡ଼ିଶାର ଛାତ୍ର ଏବଂ ଯୁବ ସମାଜ ପାଇଁ ଯୋଜନା ଓ ଛାତ୍ର ଆନ୍ଦୋଳନ ପାଇଁ ସ୍ବରୂପ ନିର୍ଦ୍ଧାରଣ କରିବେ ଏବିଭିପିର କାର୍ଯ୍ୟକର୍ତ୍ତା । ଏହି କାର୍ଯ୍ୟକ୍ରମରେ ଓଡିଶା ସମେତ ଦେଶର ବହୁ ସାମାଜିକ ବ୍ୟକ୍ତି ଏବଂ ଶିକ୍ଷାବିତମାନେ ରହି ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିବେ। ଅମୃତ କାଳରେ ଛାତ୍ର ସମାଜର ଭୂମିକାକୁ ନେଇ ବିଭିନ୍ନ ବିଚାର ବିମର୍ଶ କରାଯିବା ସହ ରାଜ୍ୟର ଶିକ୍ଷା ଏବଂ ସାମାଜିକ ସ୍ଥିତିକୁ ନେଇ ବିଭିନ୍ନ ପ୍ରସ୍ତାବ ପାରିତ କରାଯିବ । ଶିକ୍ଷା ଏବଂ ସାମାଜିକ ପରିବର୍ତ୍ତନ ପାଇଁ ପାଇଁ ବାର୍ଷିକ ଯୋଜନା ପ୍ରସ୍ତୁତ କରାଯିବ ଯାହା ଫଳରେ ଆଗାମୀ ଦିନର ସମସ୍ୟାର ସଫଳ ସମାଧାନର ରୂପ ଦେବ । ବିଶେଷ କରି ଭଦ୍ରକ ଜିଲ୍ଲାରେ ଏକ ସରକାରୀ ମେଡିକାଲ କଲେଜ ଏବଂ ବିଷ୍ଣୁ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟର ବାର୍ଷିକ ଯୋଜନାରେ ସାମିଲ କରାଯିବ ଏହି ପରିପ୍ରେକ୍ଷିରେ ସାରା ଓଡ଼ିଶାରୁ ୨୦୦୦ ରୁ ଉଦ୍ଧ ଛାତ୍ର ନେତା ନେତ୍ରୀ ଓ ଅଧ୍ୟାପକ ଏହି ଅବେଶନରେ ଯୋଗ ଦେବେ । ଏଥିରେ ଭଦ୍ରକ ଜିଲ୍ଲାରୁ ଶତାଧ‌ିକ ଛାତ୍ରଛାତ୍ରୀ ସାମିଲ ହେବେ । ଏହି ପରିପ୍ରେକ୍ଷୀରେ ଏବିଭିପି, ଭଦ୍ରକ ଜିଲ୍ଲା ପକ୍ଷରୁ ଗାନ୍ଧୀପଡ଼ିଆ ସ୍ଥିତ ସୀତାରାମ କଲ୍ୟାଣ ମଣ୍ଡପରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ପରିଷଦର ସଦସ୍ୟା ପାର୍ବତୀ ମିଶ୍ର, ରାଜ୍ୟ ସହ ସମ୍ପାଦକ ଶୁଭ୍ର ସମ୍ବିତ ନାୟକ, ଜିଲ୍ଲା ପ୍ରମୁଖ ସ୍ବାଧୀନ ସୁନ୍ଦର ଦାସ, ବାଲେଶ୍ବର ବିଭାଗ ସହ ସଂଯୋଜକ ଜ୍ୟୋତି ପ୍ରକାଶ ସାହୁ, ଭଦ୍ରକ ନଗର ସମ୍ପାଦକ ଓଁକାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଏହି ଭବ୍ୟ ଅଧୁବେଶନ ଦ୍ବାରା ଛାତ୍ର ଛାତ୍ରୀ ମାନେ ସମାଜ କାର୍ଯ୍ୟ ଓ ରାଷ୍ଟ୍ର ନିର୍ମାଣରେ ଭାଗିଦାରୀ ହେବେ ବୋଲି ଏବିଭିପି ଆଶା କରୁଛି।

Leave a Reply

Your email address will not be published. Required fields are marked *