ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ସଂସ୍ବଶରେ ଦୁଇ ଗାଇର ମୃତ
ଟିକିରି, ୨୦/୧୨( )ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଲଘୁଚାପ ଜନିତ ବର୍ଷା ପ୍ରଭାଵରେ ଗତକାଲି ଠାରୁ ଅଦିନିୟା ବର୍ଷା ଲାଗିରହିଥିବା ବେଳେ ଆଜି ଏକ ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ସଂସ୍ବଶରେ ଆସି ୨ଟି ଗାଇ ର ମୃତ୍ୟ ଘଟିଛି।ଏମିତି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଥାନା ଅନ୍ତର୍ଗତ ଜାମୁଗୁଡା ଗ୍ରାମର ଡମ୍ବୁରୁଧର ସାହୁ ଙ୍କରପ ୨ଟି ଗାଇ ମୃତବରଣ କରିଛନ୍ତି।ଆଜି ଅପରାହ୍ନ ୧୨ଘଣ୍ଟା ସମୟରେ ଘର ଠାରୁ ଅଳ୍ପ ଦୂରରେ ଥିବା ୧୧କେବି ବିଦ୍ୟୁତ ଖୁଣ୍ଟରେ ବିଦ୍ୟୁତ ସରବରାହ ହୋଇଥିଲା ଏହି ସମୟରେ ଗୋଟିଏ ଗାଇ ଲାଗି ମୃତ ହୋଇଥିବା ବେଳେ ବିଦ୍ୟୁତ ବିଭାଗ କୁ ଫୋନ କରି ଜଣାଇ ଖାଇଟିକୁ ବାହାର କରି ପୋତିଦେଇ ଥିଲେ।

ପୁଣିଥରେ ଅପରାହ୍ନ ୪ଘଣ୍ଟାରେ ଡମ୍ବୁରୁଧର ସାହୁ ଙ୍କ ପୁଣି ଏକ ବଳଦ ଆସି ସେହି ଯାଗାରେ ହିଁ ଖୁଣ୍ଟରେ ଲାଗି ମୃତ ବରଣ କରିଲା।ଖବର ପାଇ ଗାଇ ମାଲିକ ଆସି କ୍ଷତି ପୂରଣ ଦାବି କରି ଟିକିରି ଥାନାରେ ଏକ ଏତଲା ଦେବା ସହ ଗୋରୁର ଶବ ବ୍ୟବଛେଦ ପାଇଁ ପଶୁ ଡାକ୍ତରଙ୍କୁ ଜଣାଇବା ସହ ବିଦ୍ୟୁତ ବିଭାଗ କୁ ଖାମଖିଆଲ ଯୋଗୁଁ ବିଦ୍ୟୁତ ବିଭାଗ କର୍ମଚାରୀ ଦାୟୀ କରିଛନ୍ତି ଗାଇ ମାଲିକ କହିଛନ୍ତି।
କାଶୀପୁର ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
