ଲଘୁଚାପ ପ୍ରଭାବରେ ଚାଷୀ ଜୀବନ ବିପନ୍ନ.

ଲଘୁଚାପ ପ୍ରଭାବରୁ ଜଗତସିଂହପୁର ଜିଲ୍ଲାର ଅନେକ ଅଞ୍ଚଳରେ କୋହଲା ପାଗ ସହ ଝିପିଝିପି ବର୍ଷ ଆରମ୍ଭ ହୋଇଛି । ଅଦିନିଆ ଲଘୁଚାପ ଘନୀଭୂତ ବର୍ଷା କୁ କୋହଲା ପାଗ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। ଜଗତସିଂହପୁର ଜିଲ୍ଲାରେ ଚଳିତ ବର୍ଷ ଧାନ ଭଲ ହୋଇଥିଲା ବେଳେ ଗତ ବାତ୍ୟା ଦାନା ପ୍ରଭାବରେ ଚାଷୀ ମାନଙ୍କ ଚାଷ ନଷ୍ଟ ହୋଇ ନଥିଲା । ମାତ୍ର ଅମଳ ସମୟରେ ଏବେ ରାଜ୍ୟରେ ପୁଣି ଏକ ଲଘୁଚାପ ବର୍ଷାକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ । ଲଘୁଚାପ କୋହଲା ପାଗ ଓ ବର୍ଷା ନେଇ ଚାଷୀ ମାନେ ବିଲ ରୁ ଧାନ ତରବରିଆ ଭାବେ କାଟି ଆଣୁଥିବା ଦେଖିବା ପାଇଁ ମିଳିଛି। କିଛି ଚାଷୀ ଧାନ ନେଇ ଯାଇ ନିଜ ଖଳାରେ ପାଲ ଘୋଡାଇ ରଖିବାକୁ ଉଦ୍ୟମ କରୁଥିବା ବେଳେ ଆଉ କିଏ ଧାନ ବିଲ ରେ ଗଦା ମାଡୁଛନ୍ତି । ଆହୁରି ମଧ୍ୟ ବହୁ ଧାନ କଟାଯାଇ ନଥିବା ବେଳେ ଅନେକ ଯାଗାରେ ଧାନ କଟା ଯାଇ ପାହି ପଡିଛି। ଯଦି ଲଘୁଚାପ ଯୋଗୁଁ ବର୍ଷା ଅଧିକ ହୁଏ ତାହାଲେ ଏହି ସବୁ ଧାନ ନଷ୍ଟ ସୋଇଯିବ ବୋଲି ଚାଷୀମାନେ ଆଶଙ୍କା କରିଛନ୍ତି।ବର୍ତ୍ତମାନ ଚାଷିଙ୍କ ଜୀବନ ବିପଦପୂର୍ଣ୍ଣ ଅବସ୍ଥାରେ ଅଛି.ଚାଷୀମାନଙ୍କ ବର୍ଷକ ଆହାର କଥା.ଚାଷୀମାନେ ବହୁ ପରିଶ୍ରମ କରି ଏହି ଚାଷକୁ ଆପଣାଇ ଥାଆନ୍ତି ଚାଷୀ ପରିବାର ବଞ୍ଚିଲେ ଦେଶ ବଞ୍ଚିବ ଚାଷୀ ହେଇଛି ଦେଶର ମେରୁଦଣ୍ଡ. ଜଗତସିଂହପୁର ଜିଲ୍ଲାର ୭୦ଭାଗ ଲୋକ ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ୮୨ହଜାର ହେକ୍ଟର ଚାଷ ଜମିରେ ଧାନ ଚାଷ କରିଛନ୍ତି।। ଝିପି ଝିପି ବର୍ଷା ଲାଗି ରହିଥିବାରୁ ଚାଷୀକୁଳ ହତାଶ ହୋଇପଡ଼ିଛନ୍ତି।। ଯଦି ବର୍ଷା ଏହିଭଳି ଭାବେ ଲାଗି ରହେ ତାହାଲେ ସୁନା ରଙ୍ଗ ଭଳି ଦିଶୁଥିବା ଧାନ କଳା ପଡ଼ିଯିବାର ଯଥେଷ୍ଟ ସମ୍ଭାବନା ରହିଛି।। ଚଳିତ ବର୍ଷ ଧାନ ମଣ୍ଡିରେ ଧାନର ମାନ ଯାଞ୍ଚ ହେବାକୁ ଥିବାବେଳେ ଏହି ଲଗାଣ ବର୍ଷା ଚାଷୀ ପାଇଁ ଦୁଃଖର କାରଣ ପାଲଟିଛି।।

ଜଗତସିଂହପୁରର ଜିଲ୍ଲା ରଘୁନାଥପୁର ବ୍ଲକ ରୁ ମଳୟ କୁମାର ପାଣିଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *