ଭଦ୍ରକରେ ନାରୀ ନିର୍ଯ୍ୟାତନା ନିରାକରଣ ସଚେତନତା ଶିବିର ଅନୁଷ୍ଠିତ

ଭଦ୍ରକ:୨୩/୧୦– ଗତକାଲି ଭଦ୍ରକ ୱାନ ଷ୍ଟପ ସେଣ୍ଟର (ସଖି)ତରଫରୁ ନାରୀ ନିର୍ଯ୍ୟାତନା ନିରାକରଣ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି,ଫେଲୋଶିପ ସଭା ଗୃହରେ ଅନୁଷ୍ଠିତ କାର୍ଯ୍ୟକ୍ରମ କୁ ସୁପରିଟେଣ୍ଡେଣ୍ଟ ଶ୍ରୀମତୀ ଯୋଗମାୟା ଚାନ୍ଦ ପରିଚାଳିତ କରିଥିଲେ, ୱାନ ଷ୍ଟପ ସେଣ୍ଟର ସେଣ୍ଟର ଏଡମିନିଷ୍ଟ୍ରେଟର ଶ୍ରୀମତୀ ପୁଷ୍ପାଞ୍ଜଳି ବେହେରା ଏବଂ କେସ ୱାର୍କର ଶ୍ରୀମତୀ ସସ୍ମିତା ପ୍ରିୟଦର୍ଶିନୀ ନିର୍ଯାତିତା ମହିଳା ମାନଙ୍କୁ ସୁରକ୍ଷା ଦେବାକୁ ୱାନ ଷ୍ଟପ ସେଣ୍ଟର ତରଫରୁ ବିଭିନ୍ନ ସହାୟତା ଯଥା ମନସ୍ତାତ୍ତିକ ଓ ସାମାଜିକ ପରାମର୍ଶ, ପୋଲିସ ସହାୟତା, ଡାକ୍ତରୀ ସହାୟତା, ଆଇନ ସହାୟତା ଆଦି ବିଷୟରେ ଅବଗତ କରିଥିଲେ । ନିର୍ଯାତିତ ମହିଳା ମାନେ ସଖି ର ସହାୟତା ନେବାକୁ ପରାମର୍ଶ ଦିଆଯାଇଥିଲା। କାର୍ଯକ୍ରମ ରେ ବହୁ ମହିଳା କର୍ମକର୍ତ୍ତା ଯୋଗଦେଇ ଥିଲେ।

ରିପୋର୍ଟ :ପୁନିଲ କୁମାର ସାମନ୍ତ।

Leave a Reply

Your email address will not be published. Required fields are marked *