ଖାଟୁ ଶ୍ୟାମବାବାଙ୍କ ଭବ୍ୟ ଭଜନ ସଂଧ୍ୟା ଆୟୋଜିତ ।
ନାଦାନ ପରିନ୍ଦେ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ବିଜେବି କଲେଜ ପଡିଆ ଠାରେ ଖାଟୁ ଶ୍ୟାମବାବାଙ୍କ ଭବ୍ୟ ଭଜନ ସଂଧ୍ୟା ଆୟୋଜିତ । ଏଥିରେ ଦେଶର ପ୍ରସିଦ୍ଧ କଳାକାରମାନେ ଯଥା ଶ୍ରୀ ବାବା ହଂସରାଜ ରଘୁବଂଶୀ, ରାଜ୍ ପାରିକ୍, ପୂଜା ନାଥାନି, କେଶବ କୌଶିକ, ନରେଶ ପୁନି ଏବଂ ରାଜେଶ ଗୋଏଲଙ୍କର ମଧୁର ସ୍ୱରରେ ଖାଟୁ ଶ୍ୟାମ ବାବାଙ୍କ ମହିମାକୁ ବର୍ଣ୍ଣନା କରିବା ସହ ଭଜନ ଗୁଡିକ ପରିବେଷଣ କରିଥିଲେ।

ଏହି ଉତ୍ସବକୁ ଆୟୋଜକ ନାଦାନ ପରିନ୍ଦେ (ଦିଲ କି ବାତ୍ ସାଁୱରେ କେ ସାଥ୍) ତରଫରୁ ଅଭିଷେକ ଅଗ୍ରୱାଲ, ଦୀପକ ବାଜୋରିଆ, ସନ୍ଦିପ ଅଗ୍ରୱାଲ, ବଳରାମ ଗୋଏଙ୍କା, ଶୁଭମ ସିଂଘାନିଆ, ଉତ୍ତମ ସରାଫ, ବିକାଶ ଚୈାହାନ, ସଙ୍କେତ ଅଗ୍ରୱାଲ, ବିବେକ କେଜ୍ରିୱାଲ, କୈଳାଶ ଅଗ୍ରୱାଲ ଏବଂ ସମସ୍ତ କର୍ମକର୍ତ୍ତା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ।
