ଆଜାଦଦୀ କା ଅମୃତ ମହୋତ୍ସବ

ଆନନ୍ଦପୁର, ଆନନ୍ଦପୁର ବ୍ଲକ କାଠକଠା ପଞ୍ଚାୟତ ଠାରେ ଆନନ୍ଦପୁର ଗ୍ରାମ ଉନ୍ନୟନ ବିଭାଗ ତରଫରୁ କନିଷ୍ଠ ଯନ୍ତ୍ରୀ ସିଂରାୟ ମାରାଣ୍ଡିଙ୍କ ସଂଯୋଜନାରେ ଦଧିବାବନପୁର ଠାରୁ କଣ୍ଟିପାଳ ରାସ୍ତାରୁ ଉଭୟ ଦୁଇପାର୍ଶ୍ୱ ରାସ୍ତାର ମେଣ୍ଟେନାନ୍ସ କରିବା ସହିତ ଗ୍ରାମର କିଛି ଯୁବକ ଉକ୍ତ ରାସ୍ତାର ଉନ୍ନତି କରଣ ପାଇଁ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ସଡ଼କକୁ ସଫାକରିବା ସହିତ ରାସ୍ତାର ମରାମତି କରିଥିଲେ ।ଏଥିରେ ଉକ୍ତ ଗ୍ରାମର ଗ୍ରାମବାସୀ ପୂର୍ଣ୍ଣଚନ୍ଦ୍ର ନାଏକ, ମନୋଜ ନାଏକ, ଜିତୁ ନାଏକ, ବିଜୁ ନାଏକ, ଏବଂ ଗୌରାଙ୍ଗ ବେହେରା ରାସ୍ତାକୁ ସଫା କରିବା ସହିତ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *