ମନୁସେନା ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର:-୨୫/୧୨ () ଆଜି ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ଶ୍ରୀ ଅଟଳ ବିହାରୀ ବାଜପେୟୀ ଙ୍କ ଜନ୍ମଜୟନ୍ତୀ ତଥା ସୁଶାସନ ଦିବସ ଅବସରରେ ମନୁ ସେନା ତରଫରୁ ବ୍ରହ୍ମପୁର ପାଣିଟାଙ୍କି ସ୍ଥିତ ଅଭିନନ୍ଦନ କଲ୍ୟାଣ ମଣ୍ଡପ ଠାରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇସାରିଛି | ସେଥିରେ ମୋଟ ୧୨୨ ଜଣ ରକ୍ତଦାତା ରକ୍ତଦାନ କରିଥିଲେ। ଏହି ଶିବିର କୁ ଶୁଭ ଉଦ୍ଘାଟନ କରିଥିଲେ ବ୍ରହ୍ମପୁର ସାଂସଦ ଡ଼ ପ୍ରଦୀପ ପାଣିଗ୍ରାହି, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା, ମନୁ ସେନା ସମ୍ପାଦିକା ମୀନା ଦ୍ୟାନ ସାମନ୍ତରା, ବରିଷ୍ଟ ବିଜେପି ନେତା ବନ ସେଠି, ସୁନୀଲ ବିଷୋୟୀ,ପାତ୍ରପୁର ବ୍ଲକ ଅଦ୍ଧକ୍ଷା

wai.ସଂଯୁକ୍ତା, ଚିକିଟି ପୂର୍ବତନ ଅଦ୍ଧକ୍ଷ ନାର୍ସିଙ୍ଗଳୁ ମୂର୍ତ୍ତି, କରପୋରେଟର ଅଶୋକ ଶୁକ୍ଳ ,ଭିଜିଲେନ୍ସ ଅଧିକାରୀ ସୋମ୍ୟ ପଣ୍ଡା, ଚାନ୍ଦପୁର ସମିତି ଅଖୟ ସେଠି, ଜୟନ୍ତୀପୁର ସମିତି ବାଲାଜୀ ପାଢ଼ୀ, ପାତ୍ରପୁର ସରପଞ୍ଚ ସଦା ନନ୍ଦ ନାୟକ ଙ୍କ ସହ ଆଜିର ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ଚଳେଇଥିଲେ ରାଜେଶ ପାତ୍ର, ଶିକ୍ଷକ ଶିବ ଶଙ୍କର ନାୟକ, ମାଧବ ରେଡି, ଅଶୋକ ପଣ୍ଡା,ନିରଞ୍ଜନ ଖାଡ଼ଙ୍ଗା, ବାଦଲ ପ୍ରଧାନ, ସନ୍ତୋଷ ପ୍ରଧାନ, କିରଣ ରେଡି, ସନାତନ କୁଣ୍ଡ ଙ୍କ ସହ ନୀତେଶ କୁମାର ମହାନ୍ତି ସହଯୋଗ କରିଥିଲେ |

Leave a Reply

Your email address will not be published. Required fields are marked *