ପଣ୍ଡିତ ସାମନ୍ତ ଚନ୍ଦ୍ର ଶେଖରଙ୍କର 192 ତମ ଜନ୍ମତୀଥି ପାଳିତ
ସାମନ୍ତ ଚନ୍ଦ୍ରଶେଖର ସେବା ସଂଘ ଅନୁକୂଳୁରେ ଗତ 23 ତାରିଖ ରେ ମହାଶମାରୋହରେ ପାଳିତ ହୈ ଯାଇଛି. ପଣ୍ଡିତ ସାମନ୍ତ ଚନ୍ଦ୍ର ଶେଖରଙ୍କର 192 ତମ ଜନ୍ମତୀଥି ମହା ସମାରୋହରେ ସୁନାବେଡା ଜଗନ୍ନାଥ ମନ୍ଦିର ସ୍ଥିତ ଅନ୍ନ ପୂର୍ଣା ମଣ୍ଡପ ଠାରେ ପାଳନ ହୈ ଯାଇଛି. ଏହି ଅବସରରେ ମୁଖ୍ୟ ଅତିଥି ରୂପେ ଡ଼. ଧୋନେନେଶ୍ୱର ସାହୁ ପ୍ରଦୀପ ପ୍ରଜ୍ବଳନ କରି ଜୟନ୍ତୀ ର ଶୁଭ ଉଦ୍ଘାଟନ କରିଥିଲେ. ପରେ ହାଲ ର ମୁଖ୍ୟ ପ୍ରଵନ୍ଦକ ଶ୍ରୀ ଭବାନୀ ଶଙ୍କର ପ୍ରଧାନ ଅତିଥି ମାନଙ୍କର ପରିଚୟ ପ୍ରଧାନ କରିଥିଲେ.

ମୁଖ୍ୟ ବକ୍ତା ଭାବେ ଶ୍ରୀ ବିଜେୟ କୁମାର ପ୍ରଧାନ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସାମନ୍ତ ଚନ୍ଦ୍ର ଶେଖରଙ୍କର ଜୀବନ ଚର୍ଯ୍ୟା ଉପରେ ଆଲୋକ ପାତ କରିଥିଲେ. ପରେ ପରେ ବକ୍ତା ପ୍ରୋଫାଶର ଶ୍ରୀ ରବି ଶତପଥୀ ସାମନ୍ତ ଚନ୍ଦ୍ର ଶେଖରଙ୍କର ବିଷୟ ଉପରେ ନିଜର ଅଭିଭାଷଣ ଦେଇଥିଲେ. ସମ୍ମାନିତ ଅତିଥି ହାଲ ର ଶ୍ରୀଯୁକ୍ତ ସାତ୍ୟ ଜିତ ଖାଡ଼ଙ୍ଗା ଏବଂ ଡ଼ ସରୋଜ କୁମାରମୁଦଦୁଲି, ନିର୍ଦ୍ଧେଶକ ଆର ଇ ଏମ ଏ ଏବଂ ଶ୍ରୀ ସତ୍ୟ ବାଦୀ ଶତପଥୀ, ହାଲ ର ଅବସର ପ୍ରାପ୍ତ ଉପ ପ୍ରଵନ୍ଧକ ପ୍ରସିକ୍ଷଣ ଉପସ୍ଥିତ ରହି ସାମନ୍ତ ଚନ୍ଦ୍ର ଶେଖରଙ୍କ ବିଷୟ ରେ ପଂକନୁ ପୁଙ୍ଖ ଆଲୋଚନା କରିଥିଲେ. ମୁଖୁ ଆତିଥ ଡ଼ ଧନେଶ୍ୱର ସାହୁ ଏହି ଅବସରରେ ସାମନ୍ତ ଚନ୍ଦ୍ର ଶେଖର ଙ୍କ ଉପରେ ଆଲୋକ ପାତ କରିଥିଲେ, ସଂଘ ର ସଭାପତି ରମେଶ ଚନ୍ଦ୍ର ତ୍ରିପାଠୀ ନିଜ ବକ୍ତବ୍ୟ ରଖିଥଲେ. ଏବଂ ସଂଘ ର ସୋମ୍ପାଦକ ଶ୍ରୀ ମାନସ ରୋଂଜନ ପାତ୍ର, ଏବଂ ବରିଷ୍ଟ କାର୍ଯ୍ୟ କର୍ତ୍ତା ଶ୍ରୀ ଅକ୍ଷୟ କୁମାର ଦାସ ସୁଚାର ରୂପେ କାର୍ଯ୍ୟ ପରିଚାଳନା କରିଥିଲେ. ପରିସେସ ରେ ଶ୍ରୀ ଆନନ୍ଦ ଚନ୍ଦ୍ର ମହାରଣା ଧନ୍ୟ ବାଦ ଅର୍ପଣ କରିଥିଲେ.
