ଅନେକ ଚାଷ ଜମି ଜଳ ମଗ୍ନ ହେବା ଫଳରେ ଚାଷୀ ଙ୍କ ଫସଲ ନଷ୍ଟ

26/12-ଅଦିନିଆ ବର୍ଷା ଫଳରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ବଡ ଖରିଡା ଗ୍ରାମ ପଞ୍ଚାୟତ ର ଅନେକ ଚାଷ ଜମି ଜଳ ମଗ୍ନ ହେବା ଫଳରେ ଚାଷୀ ଙ୍କ ଫସଲ ନଷ୍ଟ ହୋଇଯାଇଛି l ଅନେକ ଚାଷୀ ଋଣ କରି ଚାଷ କରିଥିବା ହେତୁ କେମିତି ଋଣ ସୁଝିବେ ଏ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି l ଅନେକ ଧାନ ଫସଲ ଗଜା ହୋଇଯାଇଛି ଏବଂ ପନି ପରିବା ସବୁ କ୍ଷୟକ୍ଷତି ହୋଇଯାଇଛି l ଏ ନେଇ ଚାଷୀ ମାନେ କ୍ଷତି ହୋଇଯାଇଥିବା ଫସଲ ର ପରିମାଣ ଆକଳନ କରି ଫସଲ ର କ୍ଷତିପୂରଣ ବୀମା ରାଶି ପ୍ରଦାନ ପାଇଁ ତହସିଲଦାର ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି l ଉପସ୍ଥିତ ଥିବା ଚାଷୀ ମାନେ ହେଲେ ଗୋପାଳ ବାରିକ,ରାଜକିଶୋର ପଲେଇ, ଗଜ ବାରିକ, ଲୋକlରାଓ ଦୋରା, ଆଶିଷ ଗୌଡ଼, ରାମ ଚନ୍ଦ୍ର ସାହୁ, ଶ୍ରୀଧର ମହାନ୍ତି,ଶ୍ରୀଧର ସାହୁ, ପ୍ରଦୀପ ଗୌଡ଼ ଏବଂ ଅନ୍ୟାନ୍ୟ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *