ଅଦିନିଆ ବର୍ଷାରେ ପାଚିଲାଧାନ ଓ ପନି ପରିବା ଫସଲ ନଷ୍ଟ

ଅଦିନିଆ ବର୍ଷାରେ ପାଚିଲାଧାନ ଓ ପନି ପରିବା ଫସଲ ନଷ୍ଟ: ତୁରନ୍ତ କ୍ଷତିପୂରଣ ପାଇଁ ଦାବୀ କଲେ ଗୋପ ବ୍ଲକ ଉପାଧ୍ୟକ୍ଷ lଗୋପ :- 26/12/2024 ( ) ରାଜ୍ୟରେ କିଛି ସ୍ଥାନରେ ଅଦିନିଆ ବର୍ଷା ଓ କୋହଲା ପାଗ ଯୋଗୁଁ ସମସ୍ତ ଚାଷୀକୁଳ ଆଜି ହତାଶ ହୋଇପଡିଛନ୍ତି l ଠିକ ସେହିପରି ପୁରୀ ଜିଲ୍ଲାର ଗୋପରେ ମୋଟ 21012 ହଜାର ହେକ୍ଟର ଚାଷ ଜମିରେ ଖରଫ ଧାନ ଚାଷ କରାଯାଇଥିଲା l ସେଥିମଧ୍ୟରୁ ଶତକଡା 85 ଭାଗ ରୁ ଉର୍ଦ୍ଧ ଚାଷ ଜମିରେ ଧାନ ଗଜା ହେବାକୁ ବସିଲାଣି l ଏହା ନୂତନ ସରକାର ଙ୍କ ପାଇଁ ଏକ ସମୟ ସୃଷ୍ଟି କରିପାରେ କାରଣ ଅଦିନିଆ ବର୍ଷା ଓ କୋହଲା ପାଗ ଯୋଗୁଁ ପାଚିଲା ଧାନ, ପନି ପରିବା ବ୍ୟାପକ ପରିମାଣରେ ନଷ୍ଟ କରିଦେଇଛି । ଚାଷ ଜମିରେ ବର୍ଷା ପାଣି ଜମି ରହିବାରୁ ପାଚିଲା ଧାନ ଏବେ ଭାସିବା ସହିତ ଗଜା ହେବାକୁ ବସିଲାଣି । ଶତାଧ୍କ ହେକ୍ଟର ଜମିରେ ଧାନ, ଫସଲ ସହ ଫୁଲକୋବି, ବନ୍ଧାକୋବି, ଟମାଟୋ, ମୂଳା ଓ ବାଇଗଣ ଫସଲ ହାନି ହୋଇଛି । ଋଷୀର ବର୍ଷକର ଆହାର ଓ ପରିବାର ଗୁଜୁରାଣ ମେଣ୍ଟାଇବା ଖର୍ଚ୍ଚ ସବୁ ଶୀତ ଦିନିଆ ବର୍ଷା ଛଡାଇ ନେଇଛି । | ଅଧିକାଂଶ ଋଷୀ ଧାନ କାଟି ଜମିରେବାନ୍ଧି ରଖୁଥୁଲେ । ଜମିରେ ପାଣି ଢେଉ ମାରୁଥିବାରୁ ପାଣି ଜମିରୁ ଧାନ ଉଦ୍ଧାର କରିବା କଷ୍ଟକର । ଋଷୀମାନେ ବିଭିନ୍ନ ସଂସ୍ଥା ମାନଙ୍କରୁ ଋଣ କରିବା ସହିତ ଧାର କରି ଋଷ କରିଥିଲେ । ବର୍ଷା ଯୋଗୁ କୋବିରେ ପୋକ ସୃଷ୍ଟି ହୋଇ ଇ ନଷ୍ଟ ହୋଇଯାଇଛି । ପାଚିଲା ଧାନ ନ ଋଷ ଜମିରେ ଗଜା ହୋଇଯାଇଥିବ ଦେଖୁବାକୁ ମିଳୁଛି । କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯିବା ସହ ଫସଲ ବୀମା କମ୍ପ କମ୍ପାନୀ ପକ୍ଷରୁ ଋଷୀଙ୍କୁ କ୍ଷତି ପୂରଣ ସହାୟତା ପ୍ରଦାନ କରିବାକୁ ଗୋପ ବ୍ଲକ ଉପାଧକ୍ଷ ବନରଞ୍ଜନ ପଟ୍ଟନାୟକ ବିଭାଗୀୟ ମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *