କନ୍ଧମାଳ ଜିଲ୍ଲା ପାଇଁ ଗୌରବଓପନ୍ କରାଟେ ପ୍ରତି ଯୋଗିତାରେ ପ୍ରଥମ ଦିନରେ କଷ୍ୟ ପଦକରେ ୪ ସଫଳତା।

ଫୁଲବାଣୀ:ନିପ୍ର:-୨୬/୧୨ ସର୍ବ ଭାରତୀୟ ୧୪ ତମ ଓପନ୍ କରାଟେ ପ୍ରତିଯୋଗିତା ୨୦୨୪ ଭୁବନେଶ୍ୱର ଠାରେ ଆୟୋଜିତ ହୋଇଛି। ଆଜି ପ୍ରଥମ ଦିନରେ କନ୍ଧମାଳ ଜିଲ୍ଲାରୁ ଏହି ପ୍ରତିଯୋଗିତାରେ ପ୍ରଥମ ଦିନରେ ୩ ଝିଅ ସଫଳତା ୧ପୁଅ ବ୍ରୋଞ୍ଚ ପଦକ ପାଇ ସଫଳତା ହାସଲ କରି କନ୍ଧମାଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି।

ସବୁଠାରୁ ବଡ଼ କଥା ଯେ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ରୁ ୩ଜଣ ଝିଅ ସେମାନେ ହେଲେ ଗୀତାଞ୍ଜଳି ଯାନି ୫୫ kg ଫାଇଟିଂ ରେ କଷ୍ୟ ପଦକ,କିରନ୍ ମୟି ମଲିକ ୬୦ kg ଫାଇଟିଂ ରେ କଷ୍ୟପଦକ,ଦିପ୍ତିମୟୀ ମଲିକ ୫୦ kg ଫାଇଟିଂ ରେ କଷ୍ୟ ପଦକ ଓ ଟିକାବାଲି ବ୍ଲକର ସନ୍ତସ ବେହେରା ୫୦ kg ଫାଇଟିଂ ରେ କଷ୍ୟ ପଦକ ହାସଲକରିଛନ୍ତି,ଉତ୍କଳ କରାଟେ ସ୍କୁଲ କନ୍ଧମାଳ ରପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ସେନସାଇ ଯୁନେସ ଦିଗାଲ ଙ୍କ ତତ୍ବଧାନରେ ସେନ୍ସୈ ଗୋପାଳ ଚନ୍ଦ୍ର କହଁର ସେନ୍ସାଇ ପ୍ରଭାତ କିସୋର୍ ସାହୁ ସେନ୍ସାଇ ବୈଲୋଚନ ମଲିକ କୋଚ୍ ଅରବିନ୍ଦ ପାତ୍ର, ଆକାଶ ନାୟକ ସହଯୋଗରେ ଆଜିର ଖେଳ ସମ୍ପୂର୍ଣ୍ଣ ହେଲା।ଏହି କୃତ କାର୍ଯ୍ୟ ପାଇଁ କରାଟେ ପରିବାର ସହିତ କନ୍ଧମାଳ ବାସି ଶୁଭେ ଛା ଜଣାଇଛନ୍ତି। ଏହି ପ୍ରତି ଯୋଗିତ ଆଜିଠାରୁ ଆରମ୍ଭ ହେଇଥିବା ବେଳେ ଆସନ୍ତା ୨୯ ତାରିଖରେ ସମାପ୍ତ ହେବ।ଆଉ ୩ ଜଣ କନ୍ଧମାଳର ପ୍ରତିଯୋଗୀ ଏଥିରେ ଖେଳିବେ ଲାଇନରେ ରହିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *