ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ

ଅଦ୍ୟ ତା :- ୨୬. ୧୨. ୨୦୨୪ ରିଖ ବିଜୁ ଜନତା ଦଳ ର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟସଭା ସାଂସଦ ସୁଭାଶିଷ ଖୁଣ୍ଟିଆ ଙ୍କ ନେତୃତ୍ୟ ରେ ପ୍ରାତଃ ୧୦.୦୦ ଘଟିକା ସମୟ ରେ ମେଡିକାଲ ଛକ ଠାରେ ଥିବା ବିଜୁ ପଟ୍ଟନାୟକ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା ଏବଂ ସନ୍ଧ୍ୟା ୬.୦୦ ଘଟିକା ସମୟ ରେ ହୋଟେଲ ” ହଲିଡେ ରିସର୍ଟ ” ଠାରେ ଏକ ସାଧାରଣ ବୈଠକ ଓ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଅନେକ ବରିଷ୍ଠ ନେତା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ପୁରୀ ର ପୂର୍ବତନ ନଗରପାଳ ଗୌରହରି ପ୍ରଧାନ, ପୁରୀ ଜିଲ୍ଲା ବରିଷ୍ଠ ସେବାୟତଓ ବିଜୁ ଜନତା ଦଳର ବରିଷ୍ଠ ନେତା ରାମକୃଷ୍ଣ ଦାସ ମହାପାତ୍ର, କୃଷ୍ଣ ଚନ୍ଦ୍ର ପଣ୍ଡା,ରବି ସାମନ୍ତରାୟ, ବରିଷ୍ଠ ଆଇନଜୀବି ବିଜୟ କୁମାର ମିଶ୍ର, ନାରାୟଣ ସ୍ୱାଇଁ,ପୂର୍ବତନ କାଉନସିଲର ନାରାୟଣ ପଟ୍ଟନାୟକ,କେ. ତାତା ରାଓ, ବିଭୂତି ସେଠୀ,ବାବାଜୀ ଫାରକ, ଭଗବାନ ପଢ଼ିଆରୀ, ଯୁବ ନେତା ଜୟ କୃଷ୍ଣ ଦାସ ମହାପାତ୍ର,ବିଶ୍ଵକେତନ ଦାସ,ସମିତି ସଭ୍ୟା ମମତା ସମର୍ଥ, ଗୀତାରାଣୀ ସେନାପତି, , ମାମିନା ସାହୁ, ନୀଳକଣ୍ଠ ପ୍ରଧାନ, ସୁଧାଂଶୁ ଭୁଷଣ ଚାନ୍ଦ,ମହିଳା ନେତ୍ରୀ ସନ୍ଧ୍ୟାରାଣୀ ଭଟ୍ଟ, ଅରୁଣିମା ନନ୍ଦରଞ୍ଜିତ ମହାନ୍ତି ରୋଜାଲିନ ନାୟକ, ପୂର୍ବତନ କାଉନସିଲର ସୁଚିସ୍ମିତା ସାହୁ, ରଞ୍ଜିତା ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *