ଯାଇଥିଲେ ଦାଦନ ଖଟି, ଫେରିଲେ ଶବ ହୋଇ.
କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ଚାଞ୍ଚେଡି ପଞ୍ଚାୟତ ସଲାଙ୍ଗିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି, ଯାଇଥିଲେ ଦାଦନ ଖଟି, ଫେରିଲେ ଶବ ହୋଇ।ସୂଚନା ମୁତାବକ ସଲାଙ୍ଗିଆ ଗ୍ରାମର ନନ୍ଦ ପ୍ରଧାନ ଗତ ଛ ମାସ (6 month) ହେଲା ଚେନ୍ନାଇ ର ଏକ ଘରୋଇ କମ୍ପାନୀ ମନ୍ଥାନ ଟ୍ରେଡର୍ସ ରେ କାମ କରି ଆସୁଥିଲେ। ଗତ ସପ୍ତାହ ରେ କାର୍ଯ୍ୟରତ ସମୟରେ ଗ୍ୟାସ ସିଲିଣ୍ଡର ଫାଟି ଯିବା ଫଳରେ ନିଆଁ ଲାଗି ଜଳି ଯାଇଥିଲେ। ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକ ଙ୍କ ଦ୍ଵାରା ଘରୋଇ ହସ୍ପିଟାଲ କୁ ନିଆ ଯାଇଥିଲା। ପ୍ରାୟ 6 ଦିନ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଘରୋଇ କମ୍ପାନୀ ଦ୍ୱାରା ଆମ୍ବୁଲାନ୍ସ ଯୋଗେ ଶବକୁ ଚେନ୍ନାଇ ରୁ ଅଣାଯାଇଥିଲା ଏବଂ ପରିବାର କୁ ହସ୍ତାନ୍ତର କରାଯାଇଥିଲା।

ଦୁଃଖରେ ଭାଙ୍ଗି ପଡିଛନ୍ତି ମୃତ ପରିବାର ବର୍ଗ। ଘରେ 4 ଗୋଟି ଛୁଆ ଥିବାବେଳେ ଜଣେ ବିକଳାଙ୍ଗ ବାପା ଅଛନ୍ତି। ନନ୍ଦ ପ୍ରଧାନ ଏକ ମାତ୍ର ରୋଜଗାରୀ ବ୍ୟକ୍ତି ଥିଲେ। ବର୍ତମାନ କିଏ ପରିବାର ର ପ୍ରତିପୋଷଣ କରିବ ଏହା ନେଇ ଚିନ୍ତା ରେ ପରିବାର ବର୍ଗ। ଶବ ଗ୍ରାମ କୁ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଏହି ଦୁଃଖୀ ପରିବାର କୁ ସାହାଯ୍ୟ ସହଯୋଗ କରିବା ସକାଶେ ଗ୍ରାମବାସୀ ଅନୁରୋଧ କରିଛନ୍ତି।
