ଚଇତି ରେ ଦେଇଛି ନୂଆ ଆଶା

ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଅନ୍ତର୍ଗତ ଶଙ୍କରଡ଼ା ଗ୍ରାମର ମା ମାନଙ୍କ ଦ୍ଵାରା ପ୍ରସ୍ତୁତ ପୃଷ୍ଟିକର ଆଉ ଭଳିକି ଭଳି ସୁସ୍ୱାଦୁ ମାଣ୍ଡିଆ ତିଆରି ଜିନିଷ ଏଥର ରାୟଗଡ଼ା ଚଇତି ମେଳା ରେ ଖାଇବାକୁ ମିଳୁଛି। ଏଥର ବିଶେଷ ଆକର୍ଷଣ ରହିଛି ମାଣ୍ଡିଆ ଗୁପଚୁପ ଷ୍ଟଲ ନମ୍ବର ୮୦ ରେ ବିକ୍ରୟ କରୁଛନ୍ତି ଶଙ୍କରଡା ଗ୍ରାମର ମା ମାନେ । ମାଣ୍ଡିଆ ତିଆରି ବିଭିନ୍ନ ଜିନିଷ ଖାଇବାକୁ ଲୋକ ମାନଙ୍କ ଭିତରେ ବିଶେଷ ଉତ୍ସାହ ଦେଖିବାକୁ ମିଳିଥିଲା । ଆଇ ଡି ବି ଆଇ ବ୍ୟାଙ୍କ ସହାୟତାରେ ଇ ଡି ଆଇ ଆଇ ଦ୍ଵାରା ମାଣ୍ଡିଆ ଜିନିଷ ପ୍ରସ୍ତୁତ ୧୮ ଦିନ ମାଗଣା ପ୍ରଶିକ୍ଷଣ ନେଇଥିବା ଶଙ୍କରଡ଼ା ଗ୍ରାମ ର ମହିଳା ମାନେ ଆଜି ସ୍ବାବଲମ୍ବୀ ହୋଇପାରିଛନ୍ତି ।

ଓଡ଼ିଶା ସରକାର ଙ୍କ ସହାୟତା ରେ ଏହି ମା ମାନେ ଷ୍ଟଲ ପ୍ରାପ୍ତ । ଲୋକ ମାନେ ମାଣ୍ଡିଆ ତିଆରି ଜିନିଷ ଖାଇବା ସହ ଉନ୍ନତ ମାନର ଜିନିଷ କୁ ବିଶେଷ ପ୍ରଶଂସା ମଧ୍ୟ କରିଛନ୍ତି ।ଆଗାମୀ ଦିନରେ ନିଜ ଅଞ୍ଚଳରେ ରୋଜଗାର ସୃଷ୍ଟି ସହ ଉତ୍ତମ ମାନର ଖାଦ୍ୟ ଯୋଗାଇବାକୁ ମହିଳା ଉଦ୍ୟୋଗୀ ମାନେ ଲକ୍ଷ୍ୟ ରଖିଛନ୍ତି । ଇଡି ଆଇ ଆଇ ର ପ୍ରଶିକ୍ଷକ ପପୁନ କୁମାର ପ୍ରଧାନ ମହିଳା ମାନଙ୍କୁ ସଶକ୍ତିକରଣ କରିବାରେ ପଥ ପଦର୍ଶକ ହେଇଛନ୍ତି ।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *