୧୬୩ ଧାରାକୁ ମାନୁ ନାହାନ୍ତି କଳା ମୁଗୁନି ପଥର ମାଫିଆ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ : ନିହଲ ପ୍ରସାଦ ନିଶ୍ଚିତା ପାହାଡରୁ ବେଧଡକ ଭାଵେ କଳା ମୁଗୁନି ପଥର ଉତୋଳନ କରାଚାଲିଛି କଟକଣାକୁ ଫୁ କରି ମାଫିଆମାନେ ସେଠାରୁ ବିଭିନ୍ନ ଯାଗାକୁ ପଥର ଚାଲାଣ କରୁଥିବା ବେଳେ । ପ୍ରଶାସନ ୧୬୩ ଧାରା ଜାରିକରି ନିରବ ଦ୍ରଷ୍ଟା ସାଜିଛି।ଏହି ପାହାଡରେ ଚୋରା ପଥର ରୋକିବାକୁ (ଏ ନ୍ ଜି ଟି )ଏକ କେସ ଦାୟର ହୋଇଥିବା ବେଳେ ଏନ୍ ଜିଟି ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅନୁଧ୍ୟାନ କରି ।ଏହା ଉପରେ ଦ୍ରୃଢ କାର୍ଯ୍ୟନୁ ଷ୍ଠାନ ଲାଗୀ (ଜଙ୍ଗଲ ବିଭାଗ)ଖଣିବିଭାଗ,ଓ ଜଳ ଵାୟୂ ପରିବର୍ତ୍ତନ ବିଭାଗକୁ ଢେଙ୍କାନାଳ ଯାଜପୁରର ଜିଲ୍ଲାପାଳ ପ୍ରତିନିଧିଙ୍କୁ ଅବଗତ କରିଥିଲେ।ଏହାପରେ ସେମାନେ ନିଶ୍ଚିତା ପାହାଡ ପରିଦର୍ଶନ କରି କାର୍ଯ୍ୟନୁଷ୍ଠା ନେଇଥିଲେହେଁ।ମାଫିଆମାନେ କିଛି ଦିନ ନିରଵ ରହି ପୂନଃଶ୍ଚ ସକ୍ରିୟ ହୋଇ ମାତିଥିବାବେଳେ (ଏନ୍ ଜିଟି)କୁ ଫୁ କରି ଦିନ ରାତି ଫୁଟାଇ ପାହାଡ ପର୍ବତକୁ ଧ୍ୱଂସ କରି ଚାଲିଛନ୍ତି।ନିହଲ ପ୍ରସାଦ ରାଜସ୍ୱ ମୌଜା ଅନ୍ତର୍ଗତ ଖାତା ନଂ ୧୫୧୩ ପ୍ଲଟ ନଂ ୬୧୬୮/୬୨୬୩ରେ ୬୦ଏକର ପାଖାପାଖି ଜାଗାରେ ନିଶ୍ଚିତା ପାହାଡ ଥିବାବେଳେ।ନିହଲ ପ୍ରସାଦ ରୋଡ ମେଣ୍ଟାଲ ନାମରେ ଥିବା ପଥରଖଣି ଆଜକୁ ୮ରୁ୧୦ ଵର୍ଷହେଲା ବନ୍ଦ ଥିବାବେଳେ ସେହିଠାରେ ପ୍ରଶାସନ ତରଫରୁ ୧୬୩ ଧାରା ଲାଗୁ କରାଯାଇଛି, ହେଲେ ମାଫିଆମାନେ କାହା ସାହସରେ ସନ୍ଧ୍ୟା ହେବା ମାତ୍ରେ ବିଭିନ୍ନ ଅତ୍ୟାଧୁନିକ ମେସିନି ସାହାଯ୍ୟରେ ଟନଟନ ମାଲ ଫୁଟାଇ ଯାଜପୁରୁକୁ ପଠାଉଥିବାର ଗ୍ରାମଵାସୀ ମାନେ ଅଭିଯୋଗ କରୁଛନ୍ତି ।ତାହା ଫଳରେ କେଇଜଣ ମାଫିଆ ଲାଲେ ଲାଲ ହେଉଥିବା ବେଳେ ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି ।

Leave a Reply

Your email address will not be published. Required fields are marked *