ଭାରତର ପୂର୍ବତନ ପ୍ରଧାମନ୍ତ୍ରୀଙ୍କ ବିୟୋଗରେ ଉଦଳା କଂଗ୍ରେସର ଶୋକ ସଭା

ଉଦଳା- ଅଦ୍ୟ ୨୯/୧୨/୨୦୨୪ ରିଖ ଭାରତବର୍ଷର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଶ୍ୱ ଅର୍ଥନୀତିଜ୍ଞ ଡ଼. ମନମୋହନ ସିଂଙ୍କ ବିୟୋଗରେ ଉଦଳା କଂଗ୍ରେସର କର୍ମକ ତଥା ଜନସାଧାରଣ ଉଦଳା ଡ଼ାକ ବଙ୍ଗଳା ଠାରେ ଜିଲ୍ଲା ପୂର୍ବତନ କାର୍ଯ୍ୟକାରୀ ସଭାପତି ଶ୍ରୀ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱ ଓ ପୂର୍ବତନ ଜିଲ୍ଲା ସମ୍ପାଦକ ଉ ମ କୁମାର ବେହେରାଙ୍କ ସଂଯୋଜନାରେ ଏକ ଶୋକ ସଭା ଆୟୋଜନ କରାଯାଇଥିଲା । ଉକ୍ତ ଶୋକାକୁଳ ପରିବେଶରେ ଉପସ୍ଥିତ ସମସ୍ତ ସଦସ୍ୟ ଡ଼. ମନମୋହନ ସିଂଙ୍କ ଫଟୋ ଚିତ୍ରରେ ପୁଷ୍ପଗୁଚ୍ଛ ପ୍ରଦାନ କରିବା ସହିତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ଓ ତାଙ୍କର ସ୍ମୃତିଚାରଣ କରିଥିଲେ । ପିସିସି ସଦସ୍ୟ ଶ୍ରୀଯୁକ୍ତ ନାରାୟଣ ପଟ୍ଟନାୟକ ସ୍ୱର୍ଗତ ପ୍ରଧାନମନ୍ତ୍ରୀଙ୍କ ଶାସନ କାଳରେ ଦେଶ ତଥା ବିଶ୍ୱ କିପରି ଅର୍ଥନୈତିକ ଦୁରାବସ୍ଥାରୁ ମୁକୁଳିଥିଲା ଓ ଖାଦ୍ୟ ସୁରକ୍ଷା ଅଧିକାର, ସୂଚନା ପ୍ରଦାନ ଅଧିକାର, ଶିକ୍ଷା ଅଧିକାର, ମନରେଗା ଯୋଜନା ଓ ଆଇ.ଆଇ.ଟି ପ୍ରତିଷ୍ଠା କରି ଦେଶକୁ କିପରି ସମୃଦ୍ଧ କରିଥିଲେ ତାହା ବ୍ୟାଖ୍ୟା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାମଚନ୍ଦ୍ର ସିଂ, ଗୌରାଙ୍ଗ ଚରଣ ପୁଥାଳ, ରବିନାରାୟଣ ପରିଡ଼ା, ସଂଜୀବ କୁମାର ମହାନ୍ତି, ବିଜୟ କୁମାର ପଶା, ମନୋଜ ସିଂ, ପ୍ରହ୍ଲାଦ ବେହେରା ସେମାନଙ୍କର ବକ୍ତବ୍ୟ ରଖିବା ସଂଗେ ସଂଗେ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସାଙ୍ଗ ହୋଇଥିଲା ।

Leave a Reply

Your email address will not be published. Required fields are marked *