କାଶିପୁର ବ୍ଲକ ଶୌଣ୍ଡିକ ସଂଙ୍ଘର ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ
ଟିକିରି ୨୯/୧୨(ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ଅନ୍ତର୍ଗତ ଶୌଣ୍ଡିକ ସଂଙ୍ଘର ବାର୍ଷିକ ସାଧାରଣ ବୈଠକ ଟିକିରି ହନୁମାନ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଟିତ ହୋଇଯାଇଛି। କାଶିପୁର ବ୍ଲକରେ ୨୫୦ ପରିବାର ର ୧୩ଶହରୁ ଉର୍ଦ୍ଧ ଲୋକ ବସବାସ କରନ୍ତି ।ସଭାପତି ବିଜୟରତ୍ନ ଚୌଧୁରୀଙ୍କ ଅଦକ୍ଷତା ଆଜି ଅଞ୍ଚଳର ପ୍ରାୟ ୩୦୦ ଜଣ ପୁରୁଷ ଉପସ୍ଥିତ ରହି ଥିଲେ।ସମ୍ପାଦକ ଡମ୍ବୁରୁଧର ସାହୁ ସଂଙ୍ଗର ବାର୍ଷିକ ଆୟ ବ୍ୟୟ ଉପସ୍ଥାପନକରିଥିଲେ ।ବୟଜ୍ୟଷ୍ଟ ବ୍ୟାକ୍ତି ମାନଙ୍କୁ ଉତରୀୟ ଦେଇ ସମ୍ମାନୀତ କରିଥିଲେ।ଜାତି ଭାଇ ମାନଙ୍କ ଭଲ ମଧ୍ୟ ଆଲୋଚନା କରିଥିଲେ ।ସଂଙ୍ଘ ର ସଦସ୍ୟ ମାନଙ୍କର କେହି ମୃତ ବରଣ କରିଥିବା ବ୍ୟାକ୍ତିଙ୍କ ପରିବାର ଲୋକଙ୍କୁ ୫ହଜାର ଲେଖାଏଁ ଆର୍ଥିକ ସାହାଯ୍ୟ କରାଯାଉଛି ଏବଂ ଆର୍ଥିକ ଅନଗ୍ରହର ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପାଠ ପଢାପାଇଁ ଆର୍ଥିକ ସାହାଯ୍ୟ କରାଯାଉଛି ।

ପ୍ରତ୍ୟକ ପରିବାର ପିଛା ୫ଶହ ଟଙ୍କା ବାର୍ଷିକ ଚାନ୍ଦା ଆଦାୟ କରି ଉନ୍ନତି କାର୍ଯ୍ୟରେ ଲଗାଯାଉଥିବା ଏବଂ ଆଗାମୀ ଦିନରେ ମଧ୍ୟ ସଂଘର ଅନେକ ଉନ୍ନତୀ ମୂଳକ କାର୍ଯ୍ୟ କରାଯିବ ଵୋଲି ସଭାପତି ବିଜୟରତ୍ନ ଚୌଧୁରୀ କହିଛନ୍ତି। ଯୁବକ ମାନଙ୍କୁ ନେଇ ଏକ ନୂତନ ଏକ ଯୁବ ବାହିନୀ ଗଠନ କରାଯାଇଛି ।ଏହି କମିଟିକୁ ଆଗାମୀ ଦିନରେ କାର୍ଯ୍ୟଭାର ଦିଆଯିବ ବୋଲି ସଂଙ୍ଘର ପ୍ରେମଲାଲ ସାହୁ କହିଛନ୍ତି ।
କାଶୀପୁର ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
