ଭାରତୀୟ ଜନତା ଯୁବମୋର୍ଚ୍ଚା ତରଫରୁ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ

ବ୍ରହ୍ମପୁର:-୨୯/୧୨() ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମ ଶତାବ୍ଦୀ ବର୍ଷ ଅବସରରେ ଭାରତୀୟ ଜନତା ଯୁବମୋର୍ଚ୍ଚା ପକ୍ଷରୁ “ମେଗା ରକ୍ତଦାନ ଶିବିର” ଅନୁଷ୍ଠିତ ହୋଇଯାଇଛି । ରକ୍ତଦାନ ଶିବିରରେ ମାନ୍ୟବର ବାଣିଜ୍ୟ,ପରିବହନ,ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏବଂ ଓଡ଼ିଆ ଚଳଚ୍ଚିତ୍ର ନାୟକ ତଥା ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଏହି ରକ୍ତଦାନ ଶିବିରକୁ ଉଦଘାଟନ କରିବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ରକ୍ତଭଣ୍ଡାରରେ ରକ୍ତର ଘୋର ଅଭାବ ଥିବାବେଳେ ଯୁବମୋର୍ଚ୍ଚା ପକ୍ଷରୁ ଏହି ରକ୍ତଦାନ ଶିବିରରେ ୧୪୬ ୟୁନିଟ ରକ୍ତର ସଂଗ୍ରହ ହୋଇଛି, ଯାହାକୁ ମେଡିକାଲ ଟିମ୍ ପ୍ରଶଂସା କରିଛନ୍ତି ଓ ରକ୍ତର ଅଭାବରେ କାହାର ଜୀବନ ସଙ୍କଟରେ ପଡ଼ିବନି ବୋଲି କଥା ଦେଇଛନ୍ତି । ଏହି ରକ୍ତଦାନ ଶିବିରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହ୍ନୁ ଚରଣ ପତି,ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ତୁତୁନ ପାତ୍ର,ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଶିବ ଶଙ୍କର ନାୟକ,ଜିଲ୍ଲା ଯୁବମୋର୍ଚ୍ଚା ଉପସଭାପତି ବାପି ପ୍ରଧାନ,ଜିଲ୍ଲା ସାଧାରଣ ସମ୍ପାଦକ କେ.ରବି ରାଓ,ବି.ସୋମନାଥ ପାତ୍ର,ଜିଲ୍ଲା ସମ୍ପାଦକ କିଶୋର କୁମାର ସାହୁ,ସଂଯୋଜକ ଲିପୁନ୍ ପଟ୍ଟନାୟକ,ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର,ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଭାତ କିରଣ ଷଡ଼ଙ୍ଗୀ,ଜିଲ୍ଲା ସମ୍ପାଦିକା ଏସ୍. ରାଣୀ,ରତ୍ନଗର୍ଭା ସରସ୍ଵତୀ ଦେବୀ,ଜିଲ୍ଲା ଓବିସି ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର,ବରିଷ୍ଠ ଆଇନଜୀବି କୁଞ୍ଜବିହାରୀ ପଣ୍ଡା,ମଣ୍ଡଳ ଯୁବମୋର୍ଚ୍ଚା ସଭାପତି ଶକ୍ତି ପଟ୍ଟନାୟକ,ଅମର ସାହୁ,ସିରିଡ଼ି ବିକ୍ରମ,ଶୀତଲ ଜେନା,ସୁମିତ ପାତ୍ର ଦେବୁନ ପଟ୍ଟନାୟକ ପ୍ରମୁଖ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତାଙ୍କ ସମେତ ସଞ୍ଜୟ କୁମାର ଦାସ,କୃଷ୍ଣ ପୋଲାଇ,ସୁଧୀର ପାଳ,ମନୋଜ ପାଣିଗ୍ରାହୀ,ମନୋଜ ମହାରଣା,ରଜତ ପାତ୍ର,ସାଇ ପାତ୍ର,ଅଜୟ ଦାସ,ଶୁଭମ୍ ବିଷୋୟୀ,ଶୁଭମ୍ ବେହେରା,ଯୋଗେଶ୍ୱର ଗଉଡ,ପ୍ରିୟଙ୍କର ସ୍ୱାଇଁ,ଜଗନ୍ନାଥ ମହାପାତ୍ର,ଆକାଶ ସାହୁ, ଶୁଭଙ୍କର ସ୍ୱାଇଁ,ନୀଳକଣ୍ଠ ବେହେରା,ଦୀପକ ରାଉତ,ସାଗର ସାହୁ,ଆଲୋକ ସାହୁ,କାହ୍ନା ଡାକୁଆ,ଲୋକନାଥ ସାହୁ,ଏସ୍. ଶ୍ରୀନିବାସ,ଧର୍ମରାଜ ପାଣିଗ୍ରାହୀ,କେ.ଟୁଙ୍ଗୁରୁ ପାତୁ,ଭାବଗ୍ରାହୀ ପାଳଙ୍କ ସମେତ ବହୁ ଯୁବମୋର୍ଚ୍ଚା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *