ଭାବ ଉତ୍ତରଣ ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ

ପୁରୀ,୨୯/୧୨/୨୦୨୪ ଭାବ ଉତ୍ତରଣ ସାହିତ୍ୟ ପରିଷଦର ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ବତ ସମାରୋହ ପୁରୀ ସ୍ଥିତ ୟୁଥ୍ ହଷ୍ଟେଲ ଠାରେ ଅନୁଷ୍ଠିତ ହୋଇ ଯାଇଅଛି ।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଆ ଭାଷା ପ୍ରତିଷ୍ଠାନର ପ୍ରାକ୍ତନ ନିର୍ଦ୍ଦେଶକ ତଥା ପ୍ରଥିତଯଶା ସାହିତ୍ୟିକ ଡଃ କୈଳାଶ ଚନ୍ଦ୍ର ଟିକାୟତରାୟ ମୁଖ୍ୟ ଅତିଥି,ପ୍ରାକ୍ତନ ବରିଷ୍ଠ ପ୍ରାଧ୍ୟାପକ ଡଃ ଅତୁଲ କୁମାର ନନ୍ଦ,ମୁଖ୍ୟ ବକ୍ତା ଓ ସମ୍ମାନିତ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତି ଗବେଷକ ତଥା ଶ୍ରୀମନ୍ଦିର ପୁରୋହିତ ଡଃ ସିଦ୍ଧେଶ୍ୱର ମହାପାତ୍ର, ଅନୁଷ୍ଠାନର ପ୍ରତିଷ୍ଠାତା ସାହିତ୍ୟିକ ଶ୍ରୀଯୁକ୍ତ ଦୀପକ ରଞ୍ଜନ ଗ୍ରହାଚାର୍ଯ୍ୟ ଓ ସଭାପତି ସୁସାହିତ୍ୟିକା ଡଃ ଆରତି ପଟ୍ଟଯୋଷୀ ପ୍ରମୁଖ ଯୋଗ ଦେଇଥିଲେ।ଏହି ଅବସରରେ ଅନୁଷ୍ଠାନ ଦ୍ଵାରା ଆୟୋଜିତ ବର୍ଷ ବ୍ୟାପି ହେଉଥିବା ବିଶେଷ ଅତିଥି ଆସରରେ ଯୋଗଦେଇ,ସାହିତ୍ୟର ଭିନ୍ନ ଭିନ୍ନ ଦିଗ ଉପରେ ଆଲୋଚନା ରଖିଥିବା ଅତିଥିମାନଙ୍କୁ ପରିଷଦ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା।

ତନ୍ମଧ୍ୟରେ ସମାଲୋଚକ ତଥା ଶିକ୍ଷାବିତ୍ ଡଃ ଦିଲ୍ଲୀପ କୁମାର ସ୍ବାଇଁ,ଔପନ୍ୟାସିକା ଡଃ ମୌସୁମୀ ପରିଡା ,ଶିକ୍ଷାବିତ୍ ଡଃ ବିଜୟଲକ୍ଷ୍ମୀ ଦାଶ,ବରିଷ୍ଠ କବୟିତ୍ରୀ ଡ଼ଃ ମଞ୍ଜୁବାଳା ପଣ୍ଡା,ବ୍ୟଙ୍ଗ କବି ପ୍ରିୟବ୍ରତ ପଣ୍ଡା, ସାହିତ୍ୟିକା ଡଃ ଗୌତମ ମହାରଣା ,କବି ଓ ଶିକ୍ଷାବିତ ଡଃ ପ୍ରଶାନ୍ତ କୁମାର ମହାରଣା,କନ୍ନଡ -ଓଡ଼ିଆ ସାହିତ୍ୟ ଗବେଷକ ପ୍ରଫେସର ବିକ୍ରମ ବିଶାଯି, କବି ଶ୍ରୀଯୁକ୍ତ ହିମାଂଶୁ ପରିଡା ଓ ବରିଷ୍ଠ କବି ଶ୍ରୀଯୁକ୍ତ ରକ୍ଷକ ନାୟକ ସମେତ ୧୦ ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ପରିଷଦର ସଂପାଦକ ଶ୍ରୀଯୁକ୍ତ ସରୋଜ କୁମାର ମହାନ୍ତି ସଭା ସଂଯୋଜନା କରିବା ସହିତ ବାର୍ଷିକ ବିବରଣୀ ପାଠ କରିଥିଲେ। ସହଯୋଗୀ ସଂଯୋଜିକା ଭାବେ ଶ୍ରୀମତୀ ବନଜା ପ୍ରଧାନ କାର୍ଯ୍ୟ କରିଥିଲେ।ଭାବ ଉତ୍ତରଣ ସାହିତ୍ୟ ପରିଷଦ ପକ୍ଷରୁ ନୂତନ ଭାବେ ଅୟମାରମ୍ଭ ହୋଇଥିବା ଭାବ ଉତ୍ତରଣ ବଣମଲ୍ଲି ସମ୍ମାନରେ ଶ୍ରୀମତୀ ନିରୁପମା ମିଶ୍ରଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।ସେହିପରି ସୁଶ୍ରୀ ସ୍ୱାଗତିକା ମିଶ୍ରଙ୍କୁ ଯୁବ ଲେଖିକା ସମ୍ମାନରେ ସମ୍ମାନିତ କରଯାଇଥିଲା। ପ୍ରଥମ ଅଧିବେଶନରେ ମଞ୍ଚାସିନ ଅତିଥିଙ୍କ କରକମଳରେ ପରିଷଦର ବାର୍ଷିକ ପତ୍ରିକା “ଭାବ ଉତ୍ତରଣ”‘ ଉନ୍ମୋଚିତ ହୋଇଥିଲା। ଶ୍ରୀମତୀ କମଳ କୁମାରୀ ଦାଶ ସମ୍ପାଦନା ମଣ୍ଡଳୀ ତରଫରୁ ସଂପାଦକୀୟ ଅଭିଭାଷଣ ରଖିଥିଲେ।ପରିଷଦର ସଭ୍ୟ ସଭ୍ୟା ମାନଙ୍କ ମଧ୍ୟରେ ଶ୍ରୀଯୁକ୍ତ ଜାନକୀ ବଲ୍ଲଭ ଦାଶଙ୍କ ଦ୍ଵାରା ଲିଖିତ ପୁସ୍ତକ “ଶଦ୍ଦର ଅଭିସାର”, ଲେଖିକା କୃଷ୍ଣପ୍ରୀୟା ମହାପାତ୍ରଙ୍କ ପୁସ୍ତକ “ଗଳ୍ପ ନିର୍ଝର” ଭଳି ୨ ଗୋଟି ନୂତନ ପୁସ୍ତକ ଉନ୍ମୋଚନ ହୋଇଥିଲା। ସେହିପରି ଦ୍ଵିତୀୟ ଅଧିବେଶନରେ ଭାବ ଉତ୍ତରଣ ସାହିତ୍ୟ ପରିଷଦର ଉପଦେଷ୍ଟା ମଣ୍ଡଳୀରୁ ଶ୍ରୀଯୁକ୍ତ ଦେବୀ ପ୍ରସନ୍ନ ନନ୍ଦ,ଶ୍ରୀଯୁକ୍ତ ମୀନକେତନ ବାରଲେବାଡିଆ, ଶ୍ରୀମତୀ ସୁମିତା ବେହେରା (ବାପି)ଓ ଶ୍ରୀଯୁକ୍ତ ଅରୁଣ କୁମାର ମହାପାତ୍ର ଯୋଗ ଦେଇ ପରିଷଦ ଦ୍ଵାରା ଭାବ ଉତ୍ତରଣ ସମ୍ମାନ, ପ୍ରତିଯୋଗିତା ସମ୍ମାନ ,ବିଶେଷ ପାଠକ ସମ୍ମାନରେ ସାହିତ୍ୟିକ ସାହିତ୍ୟିକା ମାନଙ୍କୁ ସମ୍ମାନିତ କରିଥିଲେ । ଶ୍ରୀମତୀ ସ୍ୱର୍ଣଲତା ପାଣି , ପୂର୍ଣାଶା ପାଣି, ଶ୍ରୁତି ମହାପାତ୍ର ଓ ଅନିଲ ଦାସଙ୍କ ଦ୍ଵାରା ସଙ୍ଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।ପରିଷଦର ସଦସ୍ୟ ସଦସ୍ୟା ମାନଙ୍କୁ ନେଇ ଶେଷରେ ଏକ ଅନ୍ତରଙ୍ଗ ସଭା ଅନୁଷ୍ଠିତ ହୋଇଥିଲା।ପ୍ରଥମ ଅଧିବେଶନରେ ଉପସଭାପତି ଶ୍ରୀଯୁକ୍ତ ଅଭିରାମ ମଣ୍ତଳ ଓ ଦ୍ଵିତୀୟ ଅଧିବେସନ ରେକୋଷାଧ୍ୟକ୍ଷ ଶ୍ରୀଯୁକ୍ତ ରଞ୍ଜନ କୁମାର ସାହୁ ଯଥାକ୍ରମେ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ ଓଡ଼ିଶା ତଥା ଓଡ଼ିଶା ବାହାରୁ ଶତାଧିକ ସାହିତ୍ୟିକ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *