ଗାଁ ଭିତରେ ଆତଙ୍କ ଖେଳାଇଲେ ଦୁଇ ଦନ୍ତାହାତୀ
ଢେଙ୍କାନାଳ ବନଖଣ୍ଡ ଜିରାଳ ଫରେଷ୍ଟସେକ୍ସନ ରେ ଥିବା ଜିରାଳ ଗାଁ ଓ ବଜାର ରେ ଦନ୍ତା ଆତଙ୍କ l ଗାଁ ଭିତରେ ଓ ବଜାର ରେ ବୁଲିଲେ ଦୁଇ ଦନ୍ତା l ସୂଚନା ଅନୁସାରେ ଆଜି ଭୋର ସମୟରେ ଜିରାଳ ଗାଁ ଓ ବଜାର ମଧ୍ୟରେ ଦୁଇ ଟି ଦନ୍ତାହାତୀ ବୁଲୁଥିବା ଦେଖାଯାଇଛି l ସ୍ଥାନୀୟ ଜଙ୍ଗଲ ରୁ ହାତୀ ଦୁଇଟି ଗାଁ ଭିତରେ ପଶି ଦୀର୍ଘ ସମୟ ଧରି ଆତଙ୍କ ଖେଳାଇଥିଲେ l ଫଳରେ ସ୍ଥାନୀୟ ବାସିନ୍ଦା ଆତଙ୍କିତ ହୋଇଥିବା ବେଳେ ହାତୀ ଘଉଡ଼ାଇବାକୁ ଯାଇ ଜଣେ ଗ୍ରାମବାସୀ ଆହତ ହୋଇଛନ୍ତି l ମହେଶ୍ୱର ବାରିକ ନାମକ ଗ୍ରାମବାସୀ ଆହତ ହୋଇଥିବା ବେଳେ ଦୁଇ ଦନ୍ତା ଙ୍କ ଆତଙ୍କ କୁ ନେଇ ଅଞ୍ଚଳ ରେ ଚର୍ଚ୍ଚା ଜୋର ଧରିଛି l ତେବେ ଖବରପାଇ ବନବିଭାଗ ପହଞ୍ଚି ଗ୍ରାମବାସୀ ଙ୍କ ସହଯୋଗ ରେ ଦୁଇ ଦନ୍ତା କୁ ନିକଟସ୍ଥ ଜଙ୍ଗଲ କୁ ଘଉଡ଼ାଇ ଦେଇଛି l
