2600 ଲିଟର ପୋଚ ନଷ୍ଟ ସହ 230 ଲିଟର ଦେଶୀ ମଦ ଜବତ ।

ଗଞ୍ଜାମ ଜିଲ୍ଲା ସୋରଡ଼ା ଅବକାରୀ ବିଭାଗ କୁ ବଡ ସଫଳତା । 2600 ଲିଟର ପୋଚ ନଷ୍ଟ ସହ 230 ଲିଟର ଦେଶୀ ମଦ ଜବତ । ସୂଚନା ମୁତାବକ ବିଶେଷ ସୂତ୍ରରୁ ଖବର ପାଇ ସୋରଡ଼ା, ଆସିକା ଓ ଭଞ୍ଜନଗର ଅବକାରୀ ବିଭାଗର ତରଫରୁ ମିଳିତ ଭାବରେ ସୋରଡ଼ା ରେ ବଡ଼ପାଣ ସାହି ଓ ମଥାଖାଲ ଗ୍ରାମରେ ଚଢ଼ାଉ ହୋଇଥିଲା। ଏହି ଚଢ଼ାଉ ରେ 2600 ଲିଟର ପୋଚ କୁ ସେଠାରେ ନଷ୍ଟ କରାଯିବା ସହ 230 ଲିଟର ଦେଶୀ ମଦ ଜବତ ହୋଇଥିବା ସୂଚନା ଦେଇଛନ୍ତି ସୋରଡ଼ା ଭାରପ୍ରାପ୍ତ ଅବକାରୀ ଥାନା ଅଧିକାରୀ ଡମ୍ବୁରୁଧର ହରିଜନ । ଏହି ଚଢ଼ାଉ ରେ ରାକେଶ ଖୁଣ୍ଟିଆ , ସ୍ଵାଧୀନ ସାହୁ ସହ ବହୁ ଅବକାରୀ ବିଭାଗ କର୍ମଚାରୀ ଯୋଗ ଦେଇଥିଲେ ।

ଗଞ୍ଜାମ ସୋରଡ଼ା ରୁ ନାରାୟଣ ଡାକୁଆ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *