ସମ୍ବର ମାଂସ ଓ କାତି ଜବତ, ଯୁବକ ଗିରଫ

ବୁଗୁଡା:-୩୦/୧୨ ବୁଗୁଡା ବନାଞ୍ଚଳ ଅନ୍ତର୍ଗତ ବୋରିପଦର ଗାଁ ଛକରେ ଜନୈକ ଯୁବକ ସମ୍ବର ମାଂସ ବିକ୍ରି କରୁଥିବା ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଦୁଇ କିଲୋ ମାଂସ ସହ ଗୋଟିଏ କାତି, କାଠମୁଣ୍ଡା ଓ ବାଇକଟିଏ ଜବତ କରି ବିକ୍ରେତା ଯୁବକକୁ ଗିରଫ କରିଥିବା ଜଣାଯାଇଛି। ଗିରଫ ଯୁବକ ଜଣକ ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପଟ୍ଟାଧର ଗ୍ରାମର ସାଗର ନାଇକ(୨୦) ବୋଲି ଜଣାପଡିଛି । ଏ ନେଇ ବନ ବିଭାଗ ପକ୍ଷରୁ କେସ୍ ନଂ ୨୦୪/୨୪-୨୫ରେ ଏକ ମାମଲା ରୁଜୁ ହୋଇଥିବା ନେଇ ବନାଞ୍ଚଳ ଅଧିକାରୀ ପ୍ରଦୀପ କୁମାର ମିଶ୍ରଙ୍କ ଠାରୁ ପ୍ରକାଶ ପାଇଛି । ପ୍ରକାଶ ଯେ ଗତକାଲି ରାତିରେ ସାଗର ଏକ ସମ୍ବରକୁ ଶିକାର କରିଥିଲା। ତେବେ ଆଜି ସକାଳେ ସେ ବୋରିପଦର ଗାଁ ଛକରେ ସମ୍ବର ମାଂସ ବିକ୍ରି କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ବୁଗୁଡା ବନ ବିଭାଗ ପକ୍ଷରୁ ସେଠାରେ ଚଢ଼ାଉ କରାଯାଇ ବିଭିନ୍ନ ସାମଗ୍ରୀ ଜବତ ସହ ତାକୁ ଗିରଫ କରାଯାଇଥିଲା।

Leave a Reply

Your email address will not be published. Required fields are marked *