ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗ ରେ ଶୋକ ସଭା ଅନୁଷ୍ଠିତ

ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ସଦର ସ୍ଥିତ ଗାନ୍ଧୀ ମଣ୍ଡପ ଠାରେ ସ୍ବର୍ଗୀୟ ପୂର୍ବତନ ପ୍ରଧାନମନ୍ତ୍ରୀ ଶ୍ରୀ ମନମୋହନ ସିଂ ଙ୍କ ବିୟୋଗରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ପରିପେକ୍ଷୀରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଙ୍ଗଦ ନାଏକ ସ୍ବର୍ଗୀୟ ଶ୍ରୀ ମନମୋହନ ସିଂ ଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଦୀପପ୍ରଜ୍ୱଳନ କରିଥିଲେ ଏବଂ ଅନ୍ୟ ପ୍ରମୁଖ ମାନେ ମଧ୍ୟ ଶ୍ରଦ୍ଧାଞ୍ଜଳି ବ୍ୟାଖ୍ୟା କରିଥିଲେ।

ଏହି ଶୋକ ସଭାରେ ବ୍ଲକ କଂଗ୍ରେସ ସଭାପତି ଶ୍ରୀ ଅଙ୍ଗଦ ନାଏକ, କଂଗ୍ରେସ କୃଷକ ରାଜ୍ୟ ଉପସଭାପତି ପି. ଦେବେନ୍ଦ୍ର ରାଓ ,କଂଗ୍ରେସ ସେବାଦଳ ଜିଲ୍ଲା ସଭାପତି ଅନିଲ ଜେନ, ଡ଼ଙ୍ଗାସିଲ ଜିପି କଂଗ୍ରେସ ସଭାପତି କବିରାଜ ନାଏକ, ପାଇଲୋ ମାଝୀ ପୀତବାସ ନାଏକ , ରାଜେନ୍ଦ୍ର ନାଏକ, ଅଶୋକ ମାଝୀ, ସୁରତ ଗଉଡ଼, ଏବଂ କାଶୀପୁର କଂଗ୍ରେସ ନାରୀ ସଭାନେତ୍ରୀ ଗୌରୀ ନାଏକ ଏବଂ ଛାତ୍ର ଛାତ୍ରୀଙ୍କ ସମେତ ଶିକ୍ଷକ ଶ୍ରୀ ନବକିଶୋର ଚମ୍ପତି ଓ ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ।କାର୍ଯ୍ୟକ୍ରମ ରେ ଦୁଇ ମିନିଟ ନିରବ ପ୍ରାର୍ଥନା ଶେଷ ହେବା ପରେ ଶ୍ରୀ ନବକିଶୋର ଚମ୍ପତି ସ୍ବର୍ଗୀୟ ପ୍ରଧାନମନ୍ତ୍ରୀ ଶ୍ରୀ ସିଂ ଙ୍କ ଆମ ଦେଶ ରେ ତାଙ୍କ ପ୍ରମୁଖ ଭୂମିକା ଯାହା ଦେଶରେ ଜାତୀୟ ଅର୍ଥନୀତି କୁ ସଶକ୍ତିକରଣ କରିବାରେ ସଫଳ ଏବଂ ଶାନ୍ତିପ୍ରିୟ ରାଜନେତା ରୁବେ ଆଜି ବିବେଚନା ହୋଇଛନ୍ତି ବୋଲି ସଂକ୍ଷିପ୍ତ ରେ ବକ୍ତବ୍ୟ ଶେଷ କରିଥିଲେ।

କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *