କ୍ଷତିଗ୍ରସ୍ତ କୃଷକ ମାନଙ୍କୁ ସହାୟତା ଯୋଗାଇ ଦିଆଯିବ

ଶ୍ରୀ ସ୍ବାଇଁପୁରୀ ୩୦/୧୨ ଅଦିନିଆ ବର୍ଷା କୃଷକ ମାନଙ୍କୁ କଷ୍ଟ ଦେଇଛି।ସେମାନଙ୍କ ଉତ୍ପାଦିତ ସୁନା ର ଫସଲ କୁ ନଷ୍ଟ କରିଛି।କିନ୍ତୁ ସରକାର କୃଷକ ମାନଙ୍କ ସହ ଠିଆ ହୋଇଛନ୍ତି ଓ ସେମାନ ଙ୍କୁ ସମସ୍ତ ସହଯୋଗ ଦେବେ ବୋଲି ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ସୂଚନା ଦେଇଛନ୍ତି।ଆଜି ଅପରାହ୍ନ ରେ ପିପିଲି ବ୍ଲକ୍ ସମ୍ମିଳନୀ କକ୍ଷରେ ଅଦିନିଆ ବର୍ଷା ରେ କ୍ଷତି ଗ୍ରସ୍ତ ହୋଇଥିବା ଫସଲ ର ସମୀକ୍ଷା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ସରକାର ଏହି ପ୍ରାକୃତିକ ବିପର୍ଯୟ ସମୟରେ ଚାଷୀ ଙ୍କ ସହ ରହିଛନ୍ତି ଓ ଏଥି ପାଇଁ ମୁଖ୍ୟମନ୍ତ୍ରୀ ନିଜେ ଓ ତାଙ୍କ ନିର୍ଦ୍ଦଶରେ ସମସ୍ତ ମନ୍ତ୍ରୀ ମାନେ ବିଭିନ୍ନ ଜିଲ୍ଲା ଗସ୍ତ କରି ଚାଷ ଜମି ପରିଦର୍ଶନ ସହ କୃଷକ ମାନଙ୍କ ସହ ଆଲୋଚନା କରୁଛନ୍ତି।କ୍ଷତି ଗ୍ରସ୍ତ ଚାଷୀ ମାନଙ୍କୁ ରିଲାଏନ୍ସ ବୀମା କମ୍ପାନୀ, ପ୍ରଶାସନ, କୃଷି ବିଭାଗ, ସମବାୟ ବିଭାଗ ପକ୍ଷରୁ ସଚେତନ କରାଇବା ସହ ୧୪୪୪୭ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ରେ ଯୋଗାଯୋଗ ପାଇଁ ପରାମର୍ଶ ଦେବାକୁ ସୂଚନା ଦେଇଥିଲେ।ଆଜି ଡେଲାଙ୍ଗ ଓ ପିପିଲି ବ୍ଲକ ର କେତେକ ଅଂଚଳ ବୁଲିବା ସହ ଚାଷୀ ଙ୍କ ସହ ଆଲୋଚନା କରିଛି।ଜିଲ୍ଲାର ପ୍ରାୟ ୫୬ ହଜାର ଚାଷୀ ପଞ୍ଜିକରଣ କରିଥିବା ମନ୍ତ୍ରୀ ସୂଚନା ଦେଇଥିଲେ।ପ୍ରଶାସନ ସହ ବିସ୍ତୃତ ଆଲୋଚନା ପରେ ସରକାର ଙ୍କୁ ତଥ୍ୟ ପ୍ରଦାନ କରାଯିବ ଓ ଜଣେ ବି କ୍ଷତିଗ୍ରସ୍ତ ଚାଷୀ ଯେମିତି ବଞ୍ଚିତ ନ ହୁଏ ସେଥିପାଇଁ ସମସ୍ତେ ଯତ୍ନ ବାନ ହେବାକୁ ସେ ପରାମର୍ଶ ଦେଇଥିଲେ। ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଧାନ, ଅନ୍ୟାନ୍ୟ ପରିବାପତ୍ର ବହୁ ପରିମାଣରେ କ୍ଷତିଗ୍ରସ୍ତ ହୋଇଥିବାରୁ ସରକାର ଏ ସମ୍ପର୍କରେ ଉପଯୁକ୍ତ ପଦକ୍ଷେପ ନେଇ ଚାଷୀ ଙ୍କ ମନରେ ସାହସ ଦେବେ ବୋଲି କହିଥିଲେ। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସମସ୍ତଙ୍କୁ ସ୍ଵାଗତ ସହ ଅଦିନିଆ ବର୍ଷା ରେ ଜିଲ୍ଲା ରେ ହୋଇଥିବା କ୍ଷୟକ୍ଷତି ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ।ମନ୍ତ୍ରୀ ଶ୍ରୀ ସ୍ୱାଇଁ ଡେଲାଙ୍ଗ ବ୍ଲକ୍ ଚାଇଁପୁର ପଞ୍ଚାୟତ ର ସଡଙ୍ଗୋଇ ଉତ୍ତରବାଡ, ସଡଙ୍ଗୋଇ ପଶିମାବାଡ଼, ସଉରିଆ ପଞ୍ଚାୟତ ର ସଉରିଆ ଓ ଗଙ୍ଗପୁର, କଲ୍ୟାଣପୁର ପଞ୍ଚାୟତ ର ରାଢୁଆ ଏବଂ ପିପିଲ ବ୍ଲକ ହାଟସାହି ପଂଚାୟତ ର ବ୍ରହ୍ମଲଙ୍ଗା, ବାଜପାୟୀ ଛକ, ମିର୍ଜାପୁର ଓ ଦନଗହିରି ଗ୍ରାମ ର ପନିପରିବା ଫସଲ କ୍ଷେତ୍ର ଦେଖିଥିଲେ।ଜିଲ୍ଲାର ୧୪୧୫୦୦ ହେକ୍ଟର ଜମିରେ ଚଳିତ ବର୍ଷ ଧାନ ଚାଷ ହୋଇଥିଲା ବୋଲି ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଦୀପ କୁମାର ଦାସ ସୂଚନା ଦେଇଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହେରା, ଡେପୁଟି କଲେକ୍ଟର ମନୀଷା ଷଡ଼ଙ୍ଗୀ,ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ,ପିପିଲି ବିଡ଼ିଓ ସରୋଜ କୁମାର ରାଉତ,ଡିଆରସିଏସ ସୁନିତା ପତି, ଜିଲ୍ଲାର ସମସ୍ତ ତହସିଲଦାର ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *