ତୃତୀୟ ବିର୍ସା ମୁଣ୍ଡା ଜାତୀୟ ଓପନ୍ ଟାଏକୋଣ୍ଡୋ ପ୍ରତିଯୋଗିତାରେ ପୁରୀ ଟାଏକୋଣ୍ଡୋ କ୍ରୀଡାବିତ୍ ମାନଙ୍କର ଦମଦାର ପ୍ରଦର୍ଶନ

ଚଳିତମାସ ଡ଼ିସେମ୍ବର 27 ରୁ 29 ତାରିଖ ପର୍ଯ୍ୟନ୍ତ ଝାରଖଣ୍ଡରାଜ୍ୟର ରାଞ୍ଚି ଠାରେ ତୃତୀୟ ବିର୍ସାମୁଣ୍ଡା ଜାତୀୟ ଓପନ ଟାଏକୋଣ୍ଡୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି।ରାଜ୍ୟ ସଙ୍ଘର ସାଧାରଣ ସମ୍ପାଦକ ତଥା ଅନ୍ତର୍ଜାତୀୟ ଟାଏକୋଣ୍ଡୋ ମାଷ୍ଟର ଶ୍ରୀ ମନମୋହନ ଭଞ୍ଜଙ୍କ ତତ୍ୱାବଧାନରେ ଓଡିଶା ଟାଏକୋଣ୍ଡୋ ସଙ୍ଘ ତରଫରୁ 55ଜଣିଆ ପ୍ରତିଯୋଗୀ ତଥା, ବାଳକ 21ଜଣ ଓ ବାଳିକା 34ଜଣ ଉଭୟ କିରୋଗୀ ଓ ପୁମସି ଇଭେଣ୍ଟରେ ଅଂଶଗ୍ରହଣ କରିବା ପାଇଁ ରାଞ୍ଚି ଅଭିମୁଖେ ଯାତ୍ରା କରିଥିଲେ।ଏହି ପ୍ରତିଯୋଗିତାରେ ପୁରୀ ରୁ ସର୍ବ ମୋଟ ୬ଜଣ ବାଳକ ଓ ବାଳିକା ଉଭୟ କିରୋଗି ଓ ପୂମସି ଇଭେଣ୍ଟ ରେ ଅଂଶ ଗ୍ରହଣ କରି ୮ଟି ସ୍ଵର୍ଣ୍ଣ ଓ ୨ଟି ରୌପ୍ୟ ପଦକ ହାସଲ କରିଥିଲେ।କିରୋଗୀ ବାଳକ ବିଭାଗରୁ ଦିଲୀପ କୁମାର ନାୟକ ସ୍ଵର୍ଣ୍ଣ , ପ୍ରୀୟାଂସୁ ସ୍ୱାଇଁ ସ୍ଵର୍ଣ୍ଣ ଓ ସାଇ କ୍ରୀଷ୍ଣା ସ୍ୱାଇଁ ରୌପ୍ୟ ପଦକ ହାସଲ କରିଥିବାବେଳେ ପୂମସି ବାଳିକା ବିଭାଗ ରେ ସଂଯୁକ୍ତା ବରାଳ ସ୍ଵର୍ଣ୍ଣ ଓ ପୂମସି ବାଳକ ବିଭାଗ ରେ ପ୍ରତୀକ ବେହେରା ସ୍ଵର୍ଣ୍ଣ , ପ୍ରୀୟାଂସୁ ସ୍ୱାଇଁ ସ୍ଵର୍ଣ୍ଣ , ଶୁଭମ୍ ମହାପାତ୍ର ସ୍ଵର୍ଣ୍ଣ ଓ ସାଇ କ୍ରୀଷ୍ଣା ସ୍ୱାଇଁ ସ୍ଵର୍ଣ୍ଣ ପଦକ ହାସଲ କରିଥିଲେ।ଓଡ଼ିଶା ଟାଏକୋଣ୍ଡୋ ଦଳ , ପୁମସି ଇଭେଣ୍ଟ ରେ ଦଳଗତ ଭାବେ ଚାମ୍ପିୟନ ଟ୍ରଫି ହାସିଲ କରିବା ସହ କିରୋଗୀ ଇଭେଣ୍ଟରେ ଦଳଗତ ଭାବେ ଉପ-ବିଜେତା ଟ୍ରଫି ହାସିଲ କରି ଓଡ଼ିଶା ପାଇଁ ସୁନାମ ଓ ଗୌରବ ଅର୍ଜନ କରିଛନ୍ତି।ଓଡିଶା ଟାଏକୋଣ୍ଡୋ ସଙ୍ଘର ସଭାପତି ଶ୍ରୀ ବ୍ୟୋମକେଶ ଅଭିଳାଷ ପ୍ରସାଦ ସମସ୍ତ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇବା ସହ ଆଗାମୀ ଦିନରେ ଆହୁରି ଉଚ୍ଚ ସ୍ତରରେ କୃତିତ୍ୱ ଓ ପ୍ରଶଂସିତ ହେବାର ଆଶୀର୍ବାଦ ଜ୍ଞାପନ କରିଛନ୍ତି।

Leave a Reply

Your email address will not be published. Required fields are marked *