ମୌଳିକ ଅଧିକାର ପାଇଁ ପଞ୍ଚାୟତ କାର୍ଯ୍ୟାଳୟରେ ଗ୍ରାମବାସୀଙ୍କ ଗଣଧାରଣା ଓ ବିକ୍ଷୋଭ ।
କାମାକ୍ଷାନଗର୩୦.୧୨.୨୦୨୪ -ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସାଆନ୍ଦା ପଞ୍ଚାୟତ ଅଫିସ ସାମ୍ନାରେ ମୌଳିକ ଅଧିକାର ପାଇଁ ଗଣଧାରଣା ଦେଲେ କେଞ୍ଚୁଡ଼ି ଗାଁର ୪୨ ଗୋଟି ଆଦିବାସୀ ପରିବାର।ଆଦିବାସୀ ଚେତନା ସଂଗଠନ ପକ୍ଷରୁ ଗଣଧାରଣା ଓ ପ୍ରଦର୍ଶନ କରାଯାଇଛି। ଗାଁକୁ ରାସ୍ତା, ପାନୀୟ ଜଳ ଭଳି ସୁବିଧା ସହ ଘରଡିହ ପଟ୍ଟା,ଭତ୍ତା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମିଳୁନଥିବା ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଯଦିଓ କେଞ୍ଚୁଡ଼ି ଗାଁକୁ ୨୦୦୮ ମସିହାରେ ରାଜସ୍ବ ଗାଁର ମାନ୍ୟତା ପାଇଁ ସମସ୍ତ ଦସ୍ତାବିଜ ସରକାରୀ ସ୍ତରରେ ଯାଇଛି। ତେବେ ଗାଁକୁ ନା ରାଜସ୍ବ ଗାଁର ମାନ୍ୟତା ମିଳି ପାରିଛି, ନା ଗ୍ରାମବାସୀ ସରକାରଙ୍କୁ ସୁବିଧା ସୁଯୋଗ ମିଳି ପାରିଛି। ନାହିଁ ନାହିଁର ଗାଁ ହୋଇଛି କେଞ୍ଚୁଡ଼ି ଗାଁ। ଯାହାକୁ ନେଇ ଗ୍ରାମବାସୀ ମାନେ ନିଜର ମୌଳିକ ସୁବିଧା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ନେଇ ପାରମ୍ପରିକ ଧନୁ ତୀର ଧରି ଗ୍ରାମବାସୀ ମାନେ ବିକ୍ଷୋଭ କରିଛନ୍ତି। ତତସହିତ ସରକାରଙ୍କୁ ସରପଞ୍ଚଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ତୁରନ୍ତ ଏକ ମାସ ମଧ୍ୟରେ ଦାବି ପୂରଣ ନହେଲେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି।
