ଧର୍ମପରାୟଣ ବ୍ୟକ୍ତି ଆକୁଳ ପରିଡ଼ା ଙ୍କ ଏକାଦଶାହରେ ଗଁଦିଆ ସ୍ମୃତି ସଂସଦ ତରଫରୁ ସ୍ମୃତି ଚାରଣ ସଭା
ଧର୍ମପରାୟଣ ବ୍ୟକ୍ତି ଆକୁଳ ପରିଡ଼ା ଙ୍କ ଏକାଦଶାହରେ ଗଁଦିଆ ସ୍ମୃତି ସଂସଦ ତରଫରୁ ସ୍ମୃତି ଚାରଣ ସଭା ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର ସାନ୍ଦାପଶି ପାଟଣା ଗ୍ରାମର ସ୍ବର୍ଗତ ଆକୁଳ ପରିଡ଼ା ଙ୍କ ଏକାଦଶାହରେ ସ୍ମୃତି ଚାରଣ ସଭା ଗଁଦିଆ ସ୍ମୃତି ସଂସଦ ଗଁଦିଆ ଢେଙ୍କାନାଳ, ଗିରିଧାରୀ ଆଶ୍ରମ ଚାରଣ ଶାଖା , ଲକ୍ଷ୍ମୀ ଭଜନ ସଧ୍ଯ୍ଯା ମିଳିତ ଆନୁକୂଲ୍ୟରେ ଗଁଦିଆ ସ୍ମୃତି ସଂସଦ ଗଁଦିଆ ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ଙ୍କ ଅଧ୍ୟକ୍ଷତାରେ ଜାନୁଆରୀ ମାସ ଏକ ତାରିଖରେ କୁମାର ସମ୍ଭବ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ଗଁଦିଆ ସ୍ମୃତି ସଂସଦ ର ଉପସଭାପତି ଡମ୍ବରୁଧର ସେଠୀ, ଉପଦେଷ୍ଟା ସୁବ୍ରତ କୁମାର ସାହୁ, ସଂଯୋଜକ ଅଭିମନ୍ୟୁ ଦାସ ସ୍ବର୍ଗତ ପରିଡ଼ା ଙ୍କ ସ୍ମୃତି ଚାରଣ କରିଥିଲେ। ଶ୍ରୀମଦ୍ ଭଗବତ ଗୀତାପାଠ କରାଯାଇଥିଲା। ଅମର ଆତ୍ମାର ସଦ୍ଗତି କାମନା କରିବା ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା। ଲକ୍ଷ୍ମୀ ଭଜନ ସଧ୍ଯ୍ଯା ତରଫରୁ ଭଜନ ପରିବେଶଣ କରାଯାଇଥିଲା। ଜଗନ୍ନାଥ ଙ୍କ ତୈଳ ଚିତ୍ର ରେ ପୁଷ୍ପ ଅର୍ପଣ କରାଯାଇ ସଭା କରାଯାଇଥିଲା।
