ଧରାଧରପୁର ମେଡିକାଲ ସବସେଣ୍ଟର୍ ରୁ ଚୋରି
. ରଘୁନାଥପୁର ଥାନା ଅନ୍ତର୍ଗତ ଧରାଧରା ପୁର ଗ୍ରାମପଞ୍ଚାୟତ ଅଧୀନରେ ଥିବା ମେଡିକାଲ୍ ସବସେଣ୍ଟର (ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର)ରୁ ତା 30-12-2024 ତାରିଖ ସୋମବାର ମଧ୍ୟ ରାତ୍ରିରେ କେହି ଦୁର୍ବୃତ୍ତ ଗ୍ରୀଲ କାଟି କୋଲାପ ଭାଙ୍ଗି ଗୋଟିଏ ଇନଭରଟର,ଦୁଇଟି ବ୍ୟାଟେରୀ ଏବଂ ଗୋଟିଏ କୋଲାପ ଚୋରି କରି ନେଇଛି.ସେଣ୍ଟର ରେ ଥିବା କମ୍ଯୁନିଟି ହେଲଥ୍ ଅଫିସର ମମତା ବାରିକ୍ ଏ ନେଇ ପ୍ରକାଶ କରିଛନ୍ତି ଯେ ମୁଁ ଏବଂ ମୋର ସମସ୍ତ ଷ୍ଟାଫ୍ ଗତ 30-12-2024 ରିଖ 5.30 pm. ସମୟରେ ତାଲା ପକାଇ ଯାଇଥିଲୁ,ତାପର ଦିନ ସକାଳୁ ହାଉସକିପିଙ୍ଗ ସୁଲୋଚନା ରାଉତ ଆସି ଗ୍ରୀଲ ଖୋଲିଲା ବେଳକୁ ଦେଖିଲେ ଗ୍ରୀଲ କଟା ଯାଇ କୋଲପ ଭଙ୍ଗା ଯାଇଛି ସେ ମୋତେ ଜଣାଇଥିଲେ ତାପରେ ରଘୁନାଥପୁର ମେଡିକାଲ CHC ର ଅଫିସର କୁ ଜଣାଇଥିଲି ତତସହିତ ପୋଲିସ କୁ ଇନଫର୍ମ କରିଥିଲି .ପୁଲିସ ଖବର ପାଇ ରଘୁନାଥପୁର ଆଇଆଇସି ସୁଶାନ୍ତ ସେଠୀ ଡକ୍ସସ୍କ୍ୱାର୍ଡ ସହିତ ସଦଳବଳେ ଆସି ଚୋରିର ଛାନଭିନ କରିଥିଲେ,ଠିକ୍ ଏହି ଦିନ ମଧ୍ଯ ରାତ୍ରରେ ରଘୁନାଥପୁର ବାଘସାହି ରେ ବାରଟି ଛେଳି ଚୋରି ହୋଇଯାଇଛି,ଏହାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରିଛି.
ଜଗତ୍ସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକରୁ ମଳୟ କୁମାର ପାଣିଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର ନିୟୁଜ
