ନୂଆ ଷ୍ଟାଇଲରେ ନୂତନ ବର୍ଷ ପାଳିତ ହୋଇଛି ମାଳାମ୍ବ ଗ୍ରାମଠାରେ ।
ରାୟଗଡା ଜିଲ୍ଲା କାଶିପୁର ବ୍ଲକ କୁଚେଇପଦ ପଞ୍ଚାୟତ ଅନ୍ତର୍ଗତ ମାଳାମ୍ବ ଗ୍ରାମଠାରେ ଦେଖିବାକୁ ମିଳିଛି ପୁର୍ବ ର ପରମ୍ପରା ରିତିନିତି ଅନୁସାରେ ନୂଆ ବର୍ଷ ।ଦେଶିଆ ଢଙ୍ଗରେ ଦେଖିବାକୁ ମିଳୁଛି ନୂତନ ବର୍ଷ ରୋ ମୋଜା । ଏହା ସହ କୋରାପୁଟିଆ ଭାଷାରେ ଡୁଡୁଙ୍ଗା ବଜା ସହ ତାଳେ ତାଳେ ବୁଢା ବୁଢୀ ଠାରୁ ଆରମ୍ଭ କରି ଛୋଟ ଛୋଟ ଛୁଆ ପର୍ଯ୍ୟନ୍ତ ମଜାମଜଲିସ୍ କରି ନାଚି ଥିଲେ ନୂଆଁ ବର୍ଷ ପାଳନ କରିଛନ୍ତୀ । ସେହିପରି ସାର୍ ଦେଶରେ ନୂଆ ବର୍ଷ ରେ ଲୋକେ ଅନେକ ଜାଗାରେ ଚିକେନ ମୋଟନ୍ କରି ଖାଉଥିବା ବେଳେ କିନ୍ତୁ ଏହି ଗ୍ରାମରେ ଏହା ଅଲଟା ଦେଖିବାକୁ ମିଳିଛି।

ଏହି ଗ୍ରାମରେ ପାହାଡରୁ ବିଭିନ୍ନ ପ୍ରକାର ର ଚେର ମୁଳ କନ୍ଧା – ଆଦି,ପିଟ୍ କନ୍ଦା, ତାର୍ଗା କନ୍ଦା,ଚରେନ୍ଦା,ଲଙ୍ଗଳ କନ୍ଦା,ପିତା କନ୍ଦା,ଚେରେଙ୍ଗ କନ୍ଦା ସହିତ ଭଳି ବିଭିନ୍ନ ପ୍ରକାରର ପନି ପରିବା ସହ ମାଣ୍ଡିଆରେ ତିଆରି ଖାଦ୍ୟ ଯୋଥା,ମାଣ୍ଡିଆ ଅଣ୍ଡା,ଖସରା ଭାତ,ମାଣ୍ଡିଆ ରେ ତିଆରି ପକୁଡି,ଚିପ୍ସ୍ ବିଭିନ୍ନ ପ୍ରକାରର ଆଇଟମ୍ ପ୍ରସ୍ତୁତ କରାଯାଇଥିଲା । ଏବଂ ପରଜା ସମାଜ ରୋ ସମ୍ପାଦକ ଶ୍ରୀ ସଙ୍କର ପ୍ରସାଦ ମୁଦୁଲି ବାଗ୍ରିଝଲାରୁ ଆସି ପିକ୍ ନିକ୍ ରେ ଉପସ୍ତିତ ଥିଲେ । ଆୟଜକ ହେଲେ ମାଳାମ୍ବରୁ କୋଣ୍ଠେଶ୍ଵର ଝୋଡିଆ ।
କାଶୀପୁର ରୁ ରଞ୍ଜନ କୁମାର ବିଡ଼ିକା ଙ୍କ ରିପୋର୍ଟ ତୀର୍ଥେକ୍ଷେତ୍ର
